ସପ୍ଲାଏ ଚେନ୍ କମିଟି ପ୍ରତିଦିନ ଖାଉଟି ସାମଗ୍ରୀ ଉପରେ ନଜର ରଖିଛି

ଭୁବନେଶ୍ୱର() କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ସାରା ବିଶ୍ୱରେ ୩୦ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଚିହ୍ନଟ ହୋଇଥିବା ପଜିଟିଭ୍ କେସ୍ ମଧ୍ୟରୁ ୮୦%ଙ୍କ ବାହ୍ୟ ଲକ୍ଷଣ ନାହିଁ । କିନ୍ତୁ ଅନ୍ୟପଟେ ଏମାନେ ଅନ୍ୟମାନଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି । ସପ୍ଲାଏ ଚେନ୍ କମିଟି ପ୍ରତିଦିନ ଖାଉଟି ସାମଗ୍ରୀ ଉପରେ ନଜର ରଖିଛି । ବର୍ଷାଜନିତ ଫସଲ ନଷ୍ଟର ସମୀକ୍ଷା ପାଇଁ ମଧ୍ୟ କମିଟି ଗଠନ ହୋଇଛି । ୪୦ହଜାର ଉଠା ଦୋକାନୀଙ୍କୁ ସହାୟତା ଦିଆଯାଇଛି । ୨୦୮ଟି ସେଲ୍ସ ହେଲ୍ପ ଗ୍ରୁପ ୧୯ଲକ୍ଷ ମାସ୍କ ତିଆରି କରିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୨ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 5 =