ରାଜ୍ୟରେ ଆଉ ୩ କରୋନା ପଜିଟିଭ

ଭୁବନେଶ୍ୱର()  ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ କୋରାପୁଟର ଦଶମନ୍ତପୁରର ୨୨ବର୍ଷିୟ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ବେଳେ ଅନ୍ୟଜଣକ ବାଲେଶ୍ୱରର ୩୨ବର୍ଷିୟ ଯୁବକ ଓ ଆଉ ଜଣେ ଯାଜପୁରର ବୋଲି ସୂଚନା ମିଳିଛି ।। ଏହାସହ ଓଡ଼ିଶାରେ ଚିକିତ୍ସା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୩ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =