ବିଜେଡ଼ିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୧୩୦ ନୂତନ କର୍ମୀ

ଝରିଗାଁ ବ୍ଲକ ବିଜେଡ଼ି ଦଳ ତରଫରୁ ଏବେ ପଞ୍ଚାୟତ ସ୍ତରରେ ପହଞ୍ଚି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ବୁଝାଇ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ । ଆଜି ଝରିଗାଁ ବ୍ଲକର ଗୁରୁସିଙ୍ଗା ପଞ୍ଚାୟତର କୁସୁମି ଗ୍ରାମରେ ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇ ଏହି ମିଶ୍ରଣ ପର୍ବରେ ୧୩୦ ଜଣ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ କର୍ମୀ ମାନେ ସକ୍ରିୟ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ଗୁରୁସିଙ୍ଗା ପଞ୍ଚାୟତର ବରିଷ୍ଠ ନେତା ରାଇଧର ପୂଜାରୀ,ରାମଚନ୍ଦ୍ର ପୂଜାରୀ ଏବଂ ପୂର୍ବତନ ନାୟବ-ସରପଞ୍ଚ ଭୁବନେ ପୂଜାରୀଙ୍କ ନେତୃତ୍ୱରେ ପଂଚାୟତର ୧୩୦ ସକ୍ରିୟ କର୍ମୀ ପ୍ରମୁଖ ଅନ୍ୟ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗଦାନ କରିଥିଲେ। ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସମସ୍ତଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ, ସମସ୍ତଙ୍କ ଆନ୍ତରିକ ସହଯୋଗରେ ଦଳ ଆହୁରି ଶକ୍ତିଶାଳୀ ଓ ମଜବୁତ ହେବ ବୋଲି ମତ ଦେଇଥିଲେ। ମିଶ୍ରଣ ପର୍ଵ ପରେ ଅତିଥିଗଣ ଧାମନଗୁଡା ପଞ୍ଚାୟତ ଏବଂ ଧୋଡ୍ରା ପଞ୍ଚାୟତ ଗସ୍ତ କରି ସଦରଠାରେ କଲ୍ୟାଣ ମଣ୍ଡପର ଶୁଭ ଭିତ୍ତିପ୍ରସ୍ତର ଦେଇଥିଲେ। ଚାଟିଗୁଡା ପଞ୍ଚାୟତର ବିଜାପୁର ଛକ ଠାରେ ନୂତନ ବଜାର ଗୃହ ନିର୍ମାଣ ପାଇଁ ଶୁଭ ଭିତ୍ତ ପ୍ରସ୍ତର ଦେଇଥିଲେ।ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟ ରଂଜନ ଦାସ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ,ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ଭତ୍ରା,ଉପାଧ୍ୟକ୍ଷା ମନଦୀ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ପ୍ରମିଳା ପୂଜାରୀ,ଯମୁନା ଗଣ୍ଡ, ଶ୍ୟାମ ସୁନ୍ଦର ନାୟକ,ବିଧାୟକ ପ୍ରତିନିଧି ରାମଧର ମାଝୀ,ଟିକଚାନ୍ଦ ମାଝୀ,ସୁଦର ମାଝୀ, ସରପଞ୍ଚ ମୋହନ ନାୟକ,ଜଗଦୀଶ ମାଝୀ,ରାଜୁ ସାନ୍ତା, ଥବିର ପୂଜାରୀ,ଭାଗତ ମାଝୀ, ମହେନ୍ଦ୍ର ଭତ୍ରା,ରଞ୍ଜୁ ଭତ୍ରା,ସମିତି ସଭ୍ୟ ପଦ୍ମା ପାଣ୍ଡେ,ଗୁପ୍ତ ଜାନୀ,ସାବିତ୍ରୀ ଭତ୍ରା,କୁସୁମା ଭତ୍ରା,କାନ୍ତି ହରିଜନ,ଲଛମା ଗଣ୍ଡ,ଚମ୍ପାଲାଲ ପନକା,ଦୁବରାଜ୍ ସିଂ, ଶ୍ୟାମ ଲାଲ ହଲବା, ମଧୁ ଭତ୍ରା,ଚିତ୍ତ ରଞ୍ଜନ ପାଣ୍ଡେ,ପିଙ୍କୁ କାହାଳିଆ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

Share

Leave a Reply

Your email address will not be published. Required fields are marked *

one × 3 =