ହ୍ୱାଟ୍ସସପରେ କୃଷି ସମ୍ପର୍କୀୟ ସୂଚନା

ଭୁବନେଶ୍ୱର() ରାଜ୍ୟର କୃଷକ ମାନଙ୍କ ନିକଟରେ କୃଷି ସମ୍ପର୍କୀୟ ବିଭିନ୍ନ ସୂଚନା, ଜ୍ଞାନକୌଶଳ, ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷ ସମ୍ପର୍କରେ ସୁବିଧା ସୁଯୋଗ ଠିକ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ହ୍ୱାଟ୍ସସପ ଗ୍ରୁପ ଗଠନ କରାଯାଇଛି । ଏନେଇ ଆଜି ଏକ ଭିଡିଓ ଯୋଗେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଏହି ହ୍ୱାଟ୍ସଆପ ଗ୍ରୁପର ଲକ୍ଷ୍ୟ ଉଦେଶ ରହିଛି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଗ୍ରୁପରେ ସାମିଲ କରିବା ପାଇଁ । ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଗ୍ରୁପରେ ୨୦୦ରୁ ଅଧିକା ଚାଷୀଙ୍କୁ ଏହି ଗ୍ରୁପରେ ସାମିଲ କରିବା ଲକ୍ଷ୍ୟ ରହିଛି । ଏହା ଦ୍ୱାରା ସମସ୍ତ କୃଷକଙ୍କୁ ଦୈନନ୍ଦିନ କୃଷି ଓ ଆନୁସଙ୍ଗୀକ ବିଭାଗର ବିଭିନ୍ନ ଅର୍ଥକାରୀ ଓ ଉଦ୍ୟାନଭିତିକ ଫସଲ ଉତ୍ପାଦନରେ ପଦ୍ଧତିର ଶିକ୍ଷାମୂଳକ କମ ଅବଧି ଚଳଚିତ୍ର ତଥା ସର୍ଟ ଫିଲ୍ମ, ଚାଟ୍ ମେସେଜ , ଭିଡିଓ ସ୍ଲାଇଡ, ଆନିମେଟେଡ ଭିଡିଓ ଜରୀଆରେ କୃଷକ ମାନଙ୍କୁ ଜ୍ଞାନକୌଶଳ ବିଷୟରେ ଅବଗତ କରାଯିବ । ଏହାସହ ପାଣିପାଗ ଜନିତ ଆଗୁଆ ସୂଚନା ଏହି ଗ୍ରୁପ ମାଧ୍ୟମରେ ଦିଆଯିବ । ଏହା ସହି ଏହି ଗ୍ରୁପରେ କୌଣସି ବିନ୍ନ ଧରଣର ବାର୍ତ୍ତା ପୋଷ୍ଟ ନକରିବା ପାଇଁ କୃଷିମନ୍ତ୍ରୀ ଅୁନରୋଧ କରିଛନ୍ତି ।

ଏହାସହ କୃଷିମନ୍ତ୍ରୀ ଆହୁରି କହିଛନ୍ତି, ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଶତକାଡା ୬୦ ଭାଗରୁ ଅଧିକ ଜନସାଧାରଣ ସିଧାସଳଖ କୃଷି ଉପରେ ନିର୍ଭରଶୀଳ ଏବଂ ଶତପ୍ରତିଶତ ଲୋକ ଉପକୃତ ହେଉଛନ୍ତି । ଆମ ରାଜ୍ୟ କୃଷି ଏବଂ ଆନୁସାଙ୍ଗିକ କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି କରିଛି । ବିଗତ ବର୍ଷର କୃଷି ଉତ୍ପାଦନରେ ହାରକୁ ଲକ୍ଷ୍ୟ କଲେ ଜଣାପଡୁଛି ଆମେ ଶସ୍ୟ ଉତ୍ପାଦନରେ କ୍ଷେତ୍ର ଏବଂ ଚାଉଳ ଉତ୍ପାଦନରେ କ୍ଷେତ୍ରରେ ଏକ ବଳକା ରାଜ୍ୟ ହିସାବରେ ପରିଗଣିତ ହୋଇଛେ । ସେହିପରି ଡାଲି, ତୈଳବୀଜ, ପନିପରିବା, ଫଳ ଏହି ସବୁ ଉତ୍ପାଦନରେ କ୍ଷେତ୍ରରେ ମଧ୍ୟ ଆମେ କ୍ରମସ ବଢିବଢି ଚାଲିଛେ । ଆସୁସଙ୍ଗୀକ କ୍ଷେତ୍ର ସଥା ମାଛ, ମାଂଶ, ଅଣ୍ଡା ଏବଂ କ୍ଷୀର ଉତ୍ପାଦନରେ ମଧ୍ୟ ଆମ ରାଜ୍ୟ ଯଥେଷ୍ଟ ଅଗ୍ରଗତି କରିଛି ।

Share

Leave a Reply

Your email address will not be published. Required fields are marked *

14 + 15 =