ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ବର ()  ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଦ କାଉଣ୍ଟରେ ହେଉଥିବା ଭିଡକୁ ଏହାଇବା ପାଇଁ ଇ-ଟୋକନ ଜରିଆରେ ମଦ ବିକ୍ରି କରାଯିବ ବୋଲି ଜଣାପଡିଛି। http://osbc.co.in ପୋର୍ଟାଲରେ ସ୍ଲଟ୍ ବୁକିଂ କରି ଟୋକନ୍ ହାସଲ କରିବାକୁ ପଡିବ। ଟୋକନ୍ ମିଳିବା ପରେ କାଉଣ୍ଟରରୁ ମଦ କିଣିପାରିବେ ।

ଏଥି ସହିତ କାଉଣ୍ଟର ସାମ୍ନାରେ ଯେପରି ଅଯଥା ଭିଡ଼ ନହୁଏ ସେଥିପ୍ରତି ଦୋକନୀ ଧ୍ୟାନ ଦେବେ । ଆବଶ୍ୟକ ପଡିଲେ କାଉଣ୍ଟର ସାମ୍ନାରେ ବ୍ୟାରିକେଡ କରିବେ । କାଉଣ୍ଟରରେ ଅଧିକ କର୍ମଚାରୀ ନିଯୋଜିତ କରିବା ସହ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବେ। ଧାର୍ଯ୍ୟ ମୂଲ୍ୟ ଅନୁସାରେ କାଉଣ୍ଟରରେ ମଦ ବିକ୍ରି କରିପାରିବେ। କାଲିଠାରୁ କାଉଣ୍ଟର ଖୋଲୁଥିଲେ ମଧ୍ୟ ପୂର୍ବଭଳି ମଦର ହୋମ୍ ଡେଲିଭରି ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ମଦ ଦୋକାନରେ ହେଉଥିବା ଭିଡକୁ ଏଡାଇବା ପାଇଁ ’ଅନ୍’ ସପ୍ ଗୁଡିକ ’ଅଫ’ ସପ୍ ଭାବେ ବିକ୍ରି କରିପାରିବେ , ଏହାଫଳରେ ଅଧିକ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ ଏବଂ ଭିଡ କମ୍ ହେବ । ସେହିପରି ମଦ କିଣିବାକୁ ଯାଉଥିବା ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ପିନ୍ଧି ନଥିଲେ ମଦ ମିଳିବ ନାହିଁ । ଗ୍ରାହକ କିପରି ଭିଡ ନକରିବେ ଏବଂ ସମାଜିକ ଦୂରତା ବଜାଇ ରଖିବେ ତାହା ଦୋକାନୀ ଧ୍ୟାନ ଦେବେ । ଯଦି କୌଣସି କାଉଣ୍ଟର ନିୟମ ଉଲଘଂନ କରନ୍ତି ତେବେ ତାହା ସିଲ୍ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

7 − seven =