ବିଜେପି ପ୍ରବକ୍ତାଙ୍କର ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ

ମଧ୍ୟ ପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଅନିଲ ସୌମିତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି- ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର । ଭାରତ ଦେଶରେ ତାଙ୍କ ଭଳି କୋଟି କୋଟି ପୁତ୍ର ଅଛନ୍ତି । କିଛି ଯୋଗ୍ୟ ତ କିଛି ଅଯୋଗ୍ୟ ।

ସୌମିତ୍ର କହିଛନ୍ତି କି, “କଂଗ୍ରେସ ତାଙ୍କୁ ରାଷ୍ଟ୍ରର ପିତା କହିଲା, ରାଷ୍ଟ୍ରର କୌଣସି ପିତା ନଥାନ୍ତି, ପୁତ୍ର ଥାନ୍ତି । ଚର୍ଚ୍ଚରେ ଥାଆନ୍ତି ଫାଦର, କଂଗ୍ରେସ ତାର ହିନ୍ଦୀ ରୂପାନ୍ତରଣ ପିତା କରିଦେଲା । ପାକ ପାକିସ୍ତାନର ନିର୍ମାଣ ଗାନ୍ଧୀଜିଙ୍କ ପ୍ରୟାସ ଦ୍ୱାରା ହେଲା । ଜିନ୍ନା ଓ ନେହେରୁଙ୍କ ସ୍ୱପ୍ନକୁ ସେ ସାକାର କଲେ । ଆମେ ଗାନ୍ଧୀଜିଙ୍କ ବିଚାରଧାରାକୁ ପ୍ରୋତ୍ସାହିତ କରୁଥିବା ଲୋକ । ଆମେ ସଂଘର ସ୍ୱଂୟସେବକ ରୂପେ ପ୍ରତିଦିନ ସକାଳେ ତାଙ୍କ ନାମ ନେଉ ।”

Share

Leave a Reply

Your email address will not be published. Required fields are marked *

5 + 7 =