ଗରିବ ଅସହାୟ ଓଡିଆଙ୍କ ଦେବଦୂତ ଦୀପ୍ତି ରଞ୍ଜନ

ତାଳଚେର() ଆଦିବାସୀ ଅଧିଷୁତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଗରିବ ଯୁବକ ଯୁବତୀମାନଙ୍କ ଶିକ୍ଷା, ଉତଥାନ ଓ ଆତ୍ମ ନିଯୁକ୍ତି ପାଇଁ ଡି୍ରମ ମ୍ୟାନେଜମେଣ୍ଟ କଲେଜ ଭଳି ଶିକ୍ଷାନୁଷ୍ଠାନ ଖୋଲାଯାଇଛି । ଏହି କଲେଜର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ବିଶ୍ୱାଳ ଏହି କଲେଜ ଦ୍ୱାରା ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ସ୍ୱପ୍ନ ପୂରଣ କରିଛନ୍ତି । ହାଡଭଙ୍ଗା ଶୀତରେ କମ୍ବଳ ବା ଶୀତ ବସ୍ତ୍ର ବଣ୍ଟନ ହେଉ ବା ଗରିବ ବିଧବା ନିଆଶ୍ରୀ ମାନଙ୍କୁ ଆର୍ଥିକ ସାହାଯ୍ୟ ହେଉ ବା ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷାଦାନ ବା ମାଗଣା କମ୍ପିଉଟର ଶିକ୍ଷା ହେଉ ବର୍ଷ ସାରା ଚାଲିଥାଏ ଦୀପ୍ତି ରଞ୍ଚନଙ୍କର ଜନହିତେଇଶି କାର୍ଯ୍ୟ । ବିନା ମୂଲ୍ୟରେ ବା ଅଳ୍ପ ମୂଲ୍ୟରେ ବୈଷୟକ ଶିକ୍ଷା ଗ୍ରହଣ କରି ଅନେକ ମେଧାବୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି ।

ଏହି କଲେଜ ମାଧ୍ୟମରେ ଅନେକ ଛ୍ରାତ୍ରଛାତ୍ରୀ ମାନଙ୍କ ସ୍ୱପ୍ନ ସାକାର ହୋଇଛି । ଦୀର୍ଘ ୬ ବର୍ଷ ହେଲା ଏହି କଲେଜ ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିଛି ।

ହେଲେ ଏବେ ପୁରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି ବିପଦ ମସୟରେ ଦରଦୀ ଦୀପ୍ତି ରଞ୍ଚନ କିପରି ବା ଶାନ୍ତିରେ ଶୋଇ ପାରିବେ ? ସେଇଥି ପାଇଁ ତ ସେ ନିଜ ଶିକ୍ଷାବିତ ଧର୍ମ ପତ୍ନୀ, ବାପା, ମା, ବନ୍ଧୁ ଓ କଲେଜର କିଛି ଉସ୍ଚାହୀ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କରିଛନ୍ତି ସମ୍ପ୍ରତି ଲକଡାଉନରେ କର୍ମ ହରାଇଥିବା କର୍ମଜୀବି ମାନଙ୍କୁ ଖାଦ୍ୟ ଯୋଗାଇବା ମହତ କାର୍ଯ୍ୟ । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଆଦିବାସୀ ଅଧିଷୁତ ଗ୍ରାମ ଗୁଡିକର ଗରିବ ମଣିଷ ମାନଙ୍କ ପାଇଁ ସେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ତାଙ୍କ ମୁହଁରେ ହସ ଫୁଟାଇଛନ୍ତି । ବାହର ରାଜ୍ୟରେ ଫଶିରହିଥିବା ଓଡିଆ ଲୋକମାନଙ୍କୁ ଉଦ୍ଧାର ପାଇଁ ଦୀପ୍ତି ଆରମ୍ଭ କରିଛନ୍ତି ‘ ମିଶନ ହୋମକମିଂ’ ।

ଏହି ମିଶନରେ ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଠିକଣା, ଇମେଲ ଓ ଫୋନନମ୍ବର ଦେଇ ଜଣାଇଥିଲେ । ତା ପରେ ଆରମ୍ଭ ହୋଇଗଲା ଶହଶହ ପ୍ରବାସୀ ଓଡିଆ ମାନଙ୍କର ଯୋଗାଯୋଗ । କେଉଁଠୁ ଓ କେମିତି ଆସିବେ । ବିନା ମୂଲ୍ୟରେ ଟିକେଟ ବୁକିଂ ସହ ସେମାନଙ୍କର ସମସ୍ତ ଦାୟିତ୍ୱ ଦେଇ ଓଡିଶାରେ ନିଜ ନିଜ ଘରକୁ ଆଣି ପହଞ୍ଚାଇଥିଲେ ଦୀପ୍ତି ।

Share

Leave a Reply

Your email address will not be published. Required fields are marked *

19 + 5 =