Business

କ୍ରୋମା ପକ୍ଷରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏକ୍ସଚେଞ୍ଜ ବୋନସ୍ ସହିତ ନୂଆ ଆଇଫୋନ୍ ୧୮ ପ୍ରୋର ପ୍ରାକ୍‌-ବୁକିଂ ଘୋଷଣା

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଦେଶର ଅଗ୍ରଣୀ ଓମନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଆଇଫୋନ୍ ୧୮ ପ୍ରୋ ଓ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସର ପ୍ରାକ୍ ବୁକିଂ ଘୋଷଣା କରାଯାଇଛି। ସାରା ଦେଶରେ ଥିବା କ୍ରୋମା ଷ୍ଟୋର୍‌, କ୍ରୋମା ଡଟ୍ କମ୍‌, ଟାଟା ନିଉ ଆପ୍ ଓ ବିଗ୍ ବାସ୍କେଟ୍‌ରେ ନମନୀୟ ପ୍ରାକ୍ ବୁକିଂ ଅଫର ସହିତ ଆପଲ୍‌ର ଏହି ନୂଆ ଆଇଫୋନ୍ ଉପଲବ୍ଧ ହୋଇଛି।
ଆପଲ୍‌ର ଏହି ନୂଆ ଡିଭାଇସ୍‌ରେ ଶକ୍ତିଶାଳୀ ଏ୨୦ ପ୍ରୋ ଚିପ୍‌, ଆପଲ୍‌ର ନିଜସ୍ୱ ସି୨ ୱାୟରଲେସ୍ ଆଧୁନିକ ତଥା ନୂଆ ଫ୍ୟୁଜନ ପ୍ରମୁଖ କ୍ୟାମେରା ରହିଛି। ସାରା ଦେଶର ୨୦୦ରୁ ଅଧିକ ସହରରେ ଥିବା ୫୬୦ରୁ ଅଧିକ କ୍ରୋମା ଷ୍ଟାର୍‌ରେ ପ୍ରାକ୍ ବୁକିଂ ଉପଲବ୍ଧ ହୋଇଛି। ଡିଭାଇସ୍‌ର ମୂଲ୍ୟ ଓ ଉପଲବ୍ଧତା ବିଷୟରେ ଜାଣିବା ପାଇଁ ଗ୍ରାହକମାନେ କ୍ରୋମା ଷ୍ଟୋର୍ ପରିଦର୍ଶନ କରିପାରିବେ।
ଗ୍ରାହକମାନେ କ୍ରୋମା ଷ୍ଟୋର୍‌ରେ ୫୦୦୦ ଟଙ୍କା ଦେଇ ଆଇଫୋନ୍ ୧୮ ପ୍ରୋ କିମ୍ବା ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସର ବୁକିଂ କରିପାରିବେ। କ୍ରୋମା ଡଟ୍ କମ୍ ଟାଟା ନିଉ ଓ ବିଗ୍‌ବାସ୍କେଟ୍‌ରେ ବୁକିଂ କରିବାକୁ ହେଲେ ସମ୍ପୂର୍ଣ୍ଣ ପେମେଂଟ୍ କରିବାକୁ ହେବ। ଏହି ଅବସରରେ ଆଇଫୋନ୍ ୧୭ ପ୍ରୋ ଓ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଉପରେ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଆଇଫୋନ୍ ୧୭ ପ୍ରୋର ୨୫୬ ଜିବି ମହେଲ୍‌କୁ ୬୯,୯୯୦ ଟଙ୍କାରେ ଓ ୫୧୨ ଜିବି ମଡେଲ୍‌କୁ ୮୮,୪୯୦ ଟଙ୍କାରେ କିଣିପାରିବେ। ଏଥି ସହିତ ନିର୍ଦ୍ଦିଷ୍ଟ କେତେକ କ୍ରେଡିଟ୍ କାର୍ଡ ଉପରେ ୪୦୦୦ ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ। ନିଜର ପୁରୁଣା ଆଇଫୋନ୍ ୧୫ ପ୍ରୋକୁ ଏକ୍ସଚେଂଜ କରି ୪୪,୫୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏହା ବ୍ୟତୀତ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ୍ ମଧ୍ୟ ରହିଛି।
ସେପ୍ଟେମ୍ବର ୧୫ଠାରୁ ୪୦୦୦ ଟଙ୍କାର ବ୍ୟାଙ୍କ କ୍ୟାସବ୍ୟାକ୍ ସହିତ ଏହି ଆଇଫୋନ୍ କ୍ରୋମା ଡଟ୍ କମ୍‌ରେ ୨୫୬ ଜିବି ମଡେଲ୍‌କୁ ୧,୨୬,୪୯୦ ଟଙ୍କା ଓ ୫୧୨ ଜିବି ମଡେଲ୍‌କୁ ୧,୪୫,୯୯୦ ଟଙ୍କାରେ ଉପଲବ୍ଧ ହୋଇଛି।
ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଉପରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସର ୨୫୬ ଜିବି ମଡେଲ୍‌ର ଦାମ୍ ୭୪,୯୯୦ ଟଙ୍କା ଓ ୫୧୨ ଜିବି ମଡେଲ୍ ଦାମ୍ ୯୪,୯୯୦ ଟଙ୍କା ରହିଛି। ଏଥି ସହିତ ନିର୍ଦ୍ଦିଷ୍ଟ କେତେକ କ୍ରେଡିଟ୍ କାର୍ଡ ଉପରେ ୪୦୦୦ ଟଙ୍କାର କ୍ୟାସବ୍ୟାକ୍ ପାଇପାରିବେ। ନିଜର ପୁରୁଣା ଆଇଫୋନ୍ ୧୫ ପ୍ରୋକୁ ଏକ୍ସଚେଂଜ କରି ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏହା ବ୍ୟତୀତ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ୍ ମଧ୍ୟ ରହିଛି।
ସେପ୍ଟେମ୍ବର ୧୫ଠାରୁ ୪୦୦୦ ଟଙ୍କାର ବ୍ୟାଙ୍କ କ୍ୟାସବ୍ୟାକ୍ ସହିତ ଏହି ଆଇଫୋନ୍ କ୍ରୋମା ଡଟ୍ କମ୍‌ରେ ୨୫୬ ଜିବି ମଡେଲ୍‌କୁ ୧,୩୯,୯୯୦ ଟଙ୍କା ଓ ୫୧୨ ଜିବି ମଡେଲ୍‌କୁ ୧,୫୯,୯୯୦ ଟଙ୍କାରେ ଉପଲବ୍ଧ ହୋଇଛି।
ଇନଫିନିଟି ରିଟେଲ୍ ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ନୂଆ ଆଇଫୋନ୍ ପ୍ରୋ ଶୁଭାରମ୍ଭକୁ ସର୍ବଦା ଦୃଢ଼ ଭାବେ ଅପେକ୍ଷା କରାଯାଇଥାଏ ଏବଂ ଗ୍ରାହକମାନେ ନିଜ ପସନ୍ଦର ମଡେଲ୍ ହାସଲ କରିବା ପାଇଁ ସହଜ ଓ ସୁବିଧାଜନକ ଉପାୟ ଚାହାନ୍ତି। ସଠିକ୍ ମଡେଲ୍ ଚୟନ କରିବାଠାରୁ ପୁରୁଣା ଡିଭାଇସ୍‌କୁ ଏକ୍ସଚେଂଜ୍ କରିବା ଓ ସମ୍ପୂର୍ଣ୍ଣ କ୍ରୟକୁ ପୂରଣ କରିବା ପାଇଁ ଆମର ଦେଶବ୍ୟାପୀ ଷ୍ଟୋର୍ ନେଟ୍‌ୱର୍କ ଓ ଡିଜିଟାଲ ପ୍ଲାଫର୍ମ ଜରିଆରେ ଆମେ ପ୍ରାକ୍ ବୁକିଂ ଯାତ୍ରାକୁ ସହଜ କରିଛୁ। ନୂଆ ମଡେଲ୍ ସହିତ ଆକର୍ଷଣୀୟ ମୂଲ୍ୟରେ ଆଇଇଫୋନ ୧୭ ପ୍ରୋ ଓ ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଉପବବ୍ଧ ରହିବା ଗ୍ରାହକମାନଙ୍କୁ ନିଜ ଅଗ୍ରାଧିକାର ଓ ବଜେଟ୍ ଅନୁସାରେ ଏକ ପ୍ରୋ ମଡେଲ୍ ଚୟନ କରିବାର ସୁବିଧା ପ୍ରଦାନ କରୁଛି।’’

Share

Leave a Reply

Your email address will not be published. Required fields are marked *

4 × three =