ୱି ପକ୍ଷରୁ ଟେଲିକମ୍ ଶିଳ୍ପର ପ୍ରଥମ “ସେଲ୍‌ଫ-କେୱାଇସି’ର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଟେଲିକମ୍ ଶିଳ୍ପର ପ୍ରଥମ ସେଲ୍‌ଫ କେୱାଇସିର ଶୁଭାରମ୍ଭ କରାଯାଇଛି ଯାହା ଫଳରେ ନୂଆ ମୋବାଇଲ୍ ସଂଯୋଗ ନେବା ବେଶ ସରଳ, ତ୍ୱରିତ, ସୁରକ୍ଷିତ ଓ ସହଜ ହୋଇପାରିଛି । ନୂଆ ପ୍ରିପେଡ୍ କିମ୍ବା ପୋଷ୍ଟ୍‌ପେଡ୍ ସଂଯୋଗ ନେବାକୁ ଚାହୁଥିବା ଗ୍ରାହକମାନଙ୍କୁ ଆଉ ରିଟେଲ ଷ୍ଟୋର ଯିବାକୁ କିମ୍ବା ପ୍ରତ୍ୟକ୍ଷ କେୱାଇସି ଦାଖଲ କରିବାକୁ ପଡ଼ିବନି । ଟେଲିକମ୍ ବିଭାଗର ଗାଇଡ୍‌ଲାଇନ୍ ଆଧାରରେ ୱି ପକ୍ଷରୁ ସେଲ୍‌ଫ କେୱାଇସି ବ୍ୟବସ୍ଥା ବିକାଶ କରାଯାଇଛି ଏବଂ ଏହା ଗ୍ରାହକମାନଙ୍କୁ ଯେକୌଣସିଠାରେ ଯେକୌଣସି ସମୟରେ ନୂଆ ଟେଲିକମ୍ ସଂଯୋଗ ହାସଲ କରିବାରେ ସହାୟକ ହେବ । ଏଥିରୁ ଆଉ ଏକ ଅତିରିକ୍ତ ଲାଭ ହେଉଛି ସିମ୍ ଘରେ ଆସି ପହଂଚିବ ।
କୋଲକାତା ଓ କର୍ଣ୍ଣାଟକ ସେବା କ୍ଷେତ୍ରରେ ସମସ୍ତ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ପାଇଁ ୱି ସେଲ୍‌ଫ କେୱାଇସିର ଶୁଭାରମ୍ଭ କରାଯାଇଛି । ସିମ୍ କିଣିବା ପ୍ରକ୍ର୍ରିୟାକୁ ସରଳ କରି ଏହି ସେବାକୁ ପର୍ଯ୍ୟାୟକ୍ରମେ ସର୍ବଭାରତୀୟ ସ୍ତରରେ ଉଭୟ ପ୍ରିପେଡ୍ ଓ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ଲାଗି ଶୁଭାରମ୍ଭ କରାଯିବ । ୱିର ଗ୍ରାହକମାନେ ଘରେ ଆରାମରେ ରହି ନୂଆ ସିମ୍‌କୁ ଅନ୍‌ଲାଇନ୍‌ରେ ମଗାଇପାରିବେ ଏବଂ ନିଜର ପସନ୍ଦର ପ୍ଲାନ୍ ଚୟନ କରି ଘରେ ସିମ୍ ପାଇପାରିବେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିିଜିଟାଲ୍ ମାଧ୍ୟମରେ ହେବାକୁ ଥିବା ଏହି କାର୍ଯ୍ୟ ସରଳ, ନିଶ୍ଚିତ, ସୁବିଧାଜନକ, ଶୀଘ୍ର, ସୁରକ୍ଷିତ ଓ ନିରାପଦ ।
ୱି ସିମ୍ ଗ୍ରହଣ କରିବା ଲାଗି ଶୀଘ୍ର ଓ ସହଜ ବାଟ ଗ୍ରହଣ କରିବା ଲାଗି ଗ୍ରାହକମାନଙ୍କୁ ଆମନ୍ତ୍ରଣ କରି ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ର ସିଓଓ ଅଭିଜିତ କିଶୋର କହିଛନ୍ତି ଯେ, “ଅଭିନବ ଉତ୍ପାଦ ଆଣିବା ଏବଂ ୱି ଜରିଆରେ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଆମେ ସର୍ବଦା କିଛି ଅତିରିକ୍ତ ଦୂର ଆଗକୁ ବଢ଼ିଥାଉ । ଆମର କେୱାଇସି ସମାଧାନ ହେଉଛି ଏକ ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଯେଉଁଥିରେ ଅନେକ ପ୍ରଥମ ବିଷୟ ରହିଛି ଯାହା ଆମର ମୂଲ୍ୟବାନ ଗ୍ରାହକଙ୍କ ଜୀବନକୁ ସରଳ ଓ ଉନ୍ନତ କରିବ । ଆମେ ନିଶ୍ଚିତ ଯେ ଆମ ପ୍ଲାଟଫର୍ମ ଜରିଆରେ କେୱାଇସି ପ୍ରକ୍ରିୟାକୁ ସହଜରେ ପୂରଣ କରିବାରେ ଗ୍ରାହକମାନେ ଉଲ୍ଲେଖନୀୟ ଉନ୍ନତି ହାସଲ କରିପାରିବେ । ପୋଷ୍ଟପେଡ୍ ଗ୍ରାହକମାନଙ୍କ ଲାଗି କୋଲକାତା ଓ କର୍ଣ୍ଣାଟକରେ ଶୁଭାରମ୍ଭ କରିବା ସହ ଆମେ ସେଲ୍‌ଫ କେୱାଇସି ସମାଧାନକୁ ଖୁବ୍‌ଶୀଘ୍ର ଆମ ଗ୍ରାହକମାନଙ୍କ ଲାଗି ସାରା ବଜାରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ ଯଦ୍ୱାରା ସେମାନେ ଆମର ମୂଲ୍ୟବାନ ପ୍ରିପେଡ୍ ଓ ପୋଷ୍ଟ୍ ପେଡ୍ ପ୍ଲାନ୍‌ଗୁଡ଼ିକୁ ଉପଭୋଗ କରିପାରିବେ ।’’
ୱିର ୱେବସାଇଟ୍ ଭ୍ରମଣ କରି ଏବଂ ପସନ୍ଦର ପ୍ଲାନ୍ ଚୟନ କରି ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ବିକଳ୍ପ ମୋବାଇଲ୍ ନମ୍ବରର ଓଟିପି ଜରିଆରେ କାର୍ଯ୍ୟ ସମ୍ପାଦିତ ହୋଇପାରିବ । ଆଧାରର ସ୍ୱୀକୃତି ଜରିଆରେ ଏହି କାର୍ଯ୍ୟ ହେବ । ଏଥିରେ ବ୍ୟବହାରକାରୀଙ୍କୁ ନିଜର ୧୦ ସେକେଣ୍ଡ୍‌ର ଲାଇଭ୍ ଭିଡିଓ ଓ ଲାଇଭ୍ ଫଟୋ ଗ୍ରହଣ କରିବାକୁ ପଡ଼ିବ । ବରାଦ ଦିଆହୋଇଯିବା ପରେ ଡିଜିଟାଲ୍ ଭେରିଫିକେସନ୍ କାର୍ଯ୍ୟ ଶେଷ ହେବ । ଏହା ପରେ ଗ୍ରାହକଙ୍କ ଘରେ ସିମ୍ କାର୍ଡ ପହଂଚିବ ।

Share

Leave a Reply

Your email address will not be published. Required fields are marked *

eleven + seventeen =