ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଭାରତର ପ୍ରଥମ ପକେଟ୍ ଆକାରର ସ୍ୱାଇପ୍ ମେସିନ୍ “ମାଇକ୍ରୋପେ’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଇଜିଟ୍ୟାପ୍ ବାଏ ରେଜରପେ ଓ ମାଇଁପିନ୍‌ପ୍ୟାଡ୍ ସହଯୋଗରେ ଭାରତର ପ୍ରଥମ ପିନ୍ ଅନ୍ ମୋବାଇଲ୍ ସମାଧାନ ଉପରେ ପର୍ଯ୍ୟବେସିତ ଡିଜିଟାଲ୍ ପେମେଂଟ୍ ବ୍ୟବସ୍ଥା ମାଇକ୍ରୋପେ’ର ଶୁଭାରମ୍ଭ କରାଯାଇଛି । ମାଇକ୍ରୋପେ’ ହେଉଛି ଏକ ବୈପ୍ଳବିକ “ପିନ୍ ଅନ୍ ମୋବାଇଲ୍‌’ ସାଧାନ ଯାହା ବ୍ୟବସାୟୀଙ୍କ ସ୍ମାର୍ଟଫୋନକୁ ଏକ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) ଟର୍ମିନାଲ୍‌ରେ ପରିଣତ କରୁଛି, ଫଳରେ ଡିଜିଟାଲ୍ ପେମେଂଟ୍ ସହଜ ହୋଇଥିବା ବେଳେ ସ୍ୱତନ୍ତ୍ର ଗ୍ରାହକ ଅନୁଭୂତି ପ୍ରଦାନ କରୁଛି । ଅଳ୍ପ କାର୍ଯ୍ୟକାରୀ ପୁଂଜି ଓ ସୁଲଭ ପେମେଂଟ୍ ସମାଧାନ ଜରିଆରେ କାରବାର କରିବାକୁ ପସନ୍ଦ କରୁଥିବା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ରହୁଥିବା ଖୁଚୁରା ଓ କିରାନା ଦୋକାନଗୁଡ଼ିକ ସମେତ ସାରା ଭାରତର ବ୍ୟବସାୟୀଙ୍କ ଲାଗି ଏହା ବେଶ ଉପଯୋଗୀ ହେବ ।
ମାଇକ୍ରୋପେ’ରେ ବ୍ୟବସାୟୀଙ୍କ ସ୍ମାର୍ଟଫୋନ୍ ପିଓଏସ୍‌ରେ ରୂପାନ୍ତରିତ ହୋଇ କାର୍ଡ, ୟୁପିଆଇ, ବିକ୍ୟୁଆର୍ କୋଡ୍ ଆଦି ଜରିଆରେ ପେମେଂଟ୍ ଗ୍ରହଣ କରିବା ସହ ଉଚ୍ଚ ମାନର ସୁରକ୍ଷା ବଜାୟ ରଖିବ । ପକେଟ୍‌ରେ ରହିପାରୁଥିବା ଭଳି ଏହି କ୍ଷୁଦ୍ର ସୁଲଭ ମୂଲ୍ୟର କାର୍ଡ ରିଡର୍ ଡେିବଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ପାଇଁ “ଇନସର୍ଟ’ ଓ “ଟ୍ୟାପ୍‌’ ବିକଳ୍ପକୁ ସମର୍ଥନ କରୁଛି । ବ୍ଲୁ ଟୁଥ୍ ଜରିଆରେ ଏହା ବ୍ୟବସାୟୀଙ୍କ ସ୍ମାର୍ଟଫୋନ୍ ସହ ଯୋଡ଼ିହୋଇରହିବ । ସିକ୍ୟୁରିଟି ପିନ୍ ସଫ୍‌ଟଓୟାର ଭିତିକ ପିନ୍ ପାଇଁ ପିସିଆଇ ମାନକକୁ ପୂରଣ କରୁଛି ।
ଆକ୍ସିସ୍ ବ୍ୟାଙ୍କ୍‌ର ସଭାପତି ଓ ମୁଖ୍ୟ-କାର୍ଡ ଓ ପେମେଂଟସ୍ ସଂଜୀବ ମୋଘେ କହିଛନ୍ତି ଯେ, “ବ୍ୟାପକ ଭାବେ ଡିଜିଟାଲ୍ ପେମେଂଟ୍‌କୁ ଗହଣ କରିବା ଲାଗି ବ୍ୟବସାୟୀମାନଙ୍କୁ ଏକ ସୁରକ୍ଷିତ ଓ ସୁଲଭ ଡିଭାଇସ୍ ପ୍ରଦାନ କରି ଆମେ ସେମାନଙ୍କ ପାଇଁ ପିଓଏସ୍ ସମାଧାନକୁ ଅଭିନବ ଓ ସୁଲଭ କରିବା ଦିଗରେ କାର୍ଯ୍ୟ କରୁଛୁ । ଗ୍ରାମୀଣ ଭାରତରେ ବ୍ୟବସାୟୀ ଗୋଷ୍ଠୀ ଡିଜିଟାଲ୍ ପେମେଂଟ୍ ଭିତିଭୂମିକୁ ଗ୍ରହଣ କରିଛନ୍ତି ଏବଂ ଆମର ବିଶ୍ୱାସ ରହିଛି ଯେ ମାଇକ୍ରୋପେ ସମାଧାନ ସେମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାଦ କରିବ ଏବଂ ସେମାନଙ୍କ ପାଇଁ ଡିଜିଟାଲ୍ ପେମେଂଟ୍‌କୁ ଗ୍ରହଣ କରିବାର ଏକ ନୂଆ ଓ ଆଧୁନିକ ପଦ୍ଧତି ପ୍ରଦାନ କରିବ । କ୍ଷୁଦ୍ର ଡିଜାଇନ୍‌, ଦୃଢ଼ ବ୍ୟବସ୍ଥା ଓ କମ୍ ଖର୍ଚକୁ ନେଇ ଆମର ବିଶ୍ୱାସ ରହିଛି ଯେ ପିଓଏସ୍ ବ୍ୟବସ୍ଥାକୁ ମାଇକ୍ରୋପେ’ ରୂପାନ୍ତରିତ କରିବ ଏବଂ ବ୍ୟାପକ ଭାବେ ଡିଜିଟାଲ୍ ପେମେଂଟ୍‌କୁ ଗ୍ରହଣ କରିବା ଲାଗି ପଥ ପଦର୍ଶନ କରିବ । ଏହା ଭାରତ ବ୍ୟାଙ୍କିଙ୍ଗ ଅଭିଯାନର ଅଭିବୃଦ୍ଧି ଓ ସାନ୍ଧ୍ରତାକୁ ଆଗକୁ ବଢ଼ାଇବାରେ ସହାୟକ ହେବ ଯାହା ଦ୍ୱାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଡିଜିଟାଲ୍ ପେମେଂଟ୍ ଫ୍ରେମ୍‌ୱର୍କ ଅଧିନକୁ ଅଧିକ ବ୍ୟବସାୟୀଙ୍କୁ ଆଣିପାରିବ ।’’
ଦେଶର ଏହି ପ୍ରଥମ ପଦକ୍ଷେପ ସମ୍ପର୍କରେ ଇଜିଟ୍ୟାପ୍ ବାଏ ରେଜରପେ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ୟାସ ନାମ୍ବିସାନ କହିଛନ୍ତି ଯେ, “ଭାରତୀୟ ରିଟେଲର ଓ ଗ୍ରାହକମାନଙ୍କ ଲାଭ ପାଇଁ ଡିଜିଟାଲ୍‌ପେମେଂଟ୍‌ରେ ଅଭିନବ ସମାଧାନ ଆଣିବା ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ । ପ୍ରଥମ ଥର ପଇଁ ଭାରତୀୟ ଗ୍ରାହକଙ୍କ ପାଇଁ “ପିନ୍ ଅନ୍ ମୋବାଇଲ୍‌’ ପ୍ରଯୁକ୍ତି ଆଣିଥିବାରୁ ଆମେ ରୋମାଂଚିତ ଏବଂ ବିଶ୍ୱାସ କରୁଛୁ ଯେ ସହଜ, ସୁରକ୍ଷିତ ଓ ସୁଲଭ ଭାବେ ଡିଜିଟାଲ୍ ପେମେଂଟ୍‌କୁ ପହଂଚାଇବାରେ ଏହା ସହାୟକ ହେବ । ଡିଜିଟାଲ୍ ପେମେଂଟ୍ ଗ୍ରହଣୀୟତାରେ ଉଲ୍ଲେଖନୀୟ ବୃ୍‌ଦ୍ଧି ହୋଇଛି ଓ ଆମର ବିଶ୍ୱାସ ରହିଛି ଯେ ଏହି ପ୍ରଯୁକ୍ତି ତାହାକୁ ଆହୁରି ଆଗକୁ ବଢ଼ାଇବ । ବ୍ୟବସାୟୀଙ୍କ ସ୍ମାର୍ଟଫୋନ୍‌କୁ ପିଓଏସ୍‌ରେ ପରିଣତ କରି ପିଓଏସ୍ ଖର୍ଚକୁ ଏହା ୩୦% କମ୍ କରିବ ବୋଲି ଆମେ ଆଶା କରୁଛୁ । ଆମର ସମସ୍ତ ବ୍ୟବସାୟୀଙ୍କ ପାଇଁ ଭାରତରେ ସଦ୍ୟତମ ପେମେଂଟ୍ ପ୍ରଯୁକ୍ତିକୁ ଆଣିବା ଆମେ ଜାରି ରଖିବୁ ।’’
ମାଇଁପିନ୍‌ପ୍ୟାଡ୍‌ର ମୁଖ୍ୟ ରାଜସ୍ୱ ଅଧିକାରୀ ହେର୍ଭି ଆଲ୍‌ଫିଏରି କିଛନ୍ତି ଯେ, “ଭାରତୀୟ ବ୍ୟବସାୟୀମାନଙ୍କ ଲାଗି ଆମର ପିସିଆଇ ସାର୍ଟିଫାଏଡ୍ ମୋବାଇଲ୍ ପେମେଂଟ୍ ସମାଧାନକୁ ଉପସ୍ଥାପନ କରିବା ଲାଗି ଇଜିଟ୍ୟାପ୍ ବାଏ ରେଜରପେ’ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଗେଟ୍‌ୱେକୁ ସମର୍ଥନ କରୁଥିବା କ୍ଲାଉଡ୍ ଭିତିକ ପ୍ଲାଟଫର୍ମ ଗଠନ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ଯାହା ମୋବାଇଲ୍ ଡିଭାଇସ୍‌ର ଶକ୍ତିକୁ ବ୍ୟବହାର କରି ସବୁ ପ୍ରକାରର ପେମେଂଟ୍‌କୁ ସୁରକ୍ଷିତ ଭାବେ ଗ୍ରହଣ କରିବା ଲାଗି ବ୍ୟବସାୟୀମାନଙ୍କୁ ସକ୍ଷମ କରିବ । ଆମ ପ୍ରଯୁକ୍ତି ବ୍ୟବସାୟୀମାନଙ୍କୁ ଗ୍ରାହକ ଅନୁଭୂତି ବଢ଼ାଇବା ସହ ଉନ୍ନତ ସୁରକ୍ଷିତ, କମ୍ ବିପଦ ଓ ଉଲ୍ଲେଖନୀୟ ଖର୍ଚ୍ଚ ସଂଚୟ ସୁବିଧା ପ୍ରଦାନ କରିବ ।’’

Share

Leave a Reply

Your email address will not be published. Required fields are marked *

nineteen − 2 =