Business

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ପଙ୍କଜ ତ୍ରିପାଠୀଙ୍କୁ ନେଇ ପ୍ରସ୍ତୁତ ନୂଆ ମୋଟର ଯାନ ଫିଲ୍ମ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ମୋଟର ଯାନ ବୀମା ଉପରେ ଏକ ନୂଆ ଫିଲ୍ମ ସହିତ ଏହାର ବ୍ରାଣ୍ଡ ଅଭିଯାନ ‘ଚୁନିୟେ ଭରୋସା, ଆପନୋ ସା’ର ପରବର୍ତ୍ତୀ ଅଧ୍ୟାୟକୁ ଉନ୍ମୋଚନ କରାଯାଇଛି। ଅଭିନେତା ତଥା କମ୍ପାନିର ବ୍ରାଣ୍ଡ ଆମ୍ବାସାଡର ପଙ୍କଜ ତ୍ରିପାଠୀଙ୍କୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ବିଶ୍ୱାସର ସହ ବୀମା ସହଯୋଗୀ ଚୟନ କରିବା ଉପରେ ଆଲୋକପାତ କରି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମୂଳ ବାର୍ତା ବିଶ୍ୱାସକୁ ପ୍ରତିଫଳିତ କରାଯାଇଛି।
ଲୋକମାନେ ନିଜ ଯାନ ଭଳି କିଛି ମୂଲ୍ୟବାନ କିଣିବା ବେଳେ ଯେଭଳି ଜଣକୁ ବିଶ୍ୱାସ କରିବା ବେଳକୁ ଯତ୍ନବାନ ହୋଇଥାନ୍ତି, ଠିକ ସେହିପରି ସଠିକ ମୋଟର ଯାନ ସହଯୋଗୀ ଚୟନ କରିବାରେ ସମାନ ବିଶ୍ୱାସର ଆବଶ୍ୟକତା ରହିଛି ବୋଲି ଏହି ଫିଲ୍ମରେ ଦର୍ଶାଯାଇଛି। ନିତିଦିନିଆ ଘଟଣା ପରିବେଶରେ ପ୍ରସ୍ତୁତ ଏହି ଫିଲ୍ମକୁ ସରଳ ଭାବେ ପ୍ରସ୍ତୁତ କରାଯାଇଛି ଯାହା ସହ ଗ୍ରାହକମାନେ ସହଜରେ ଯୋଡ଼ିହେବା ସହ ତାହାକୁ ଭଲ ଭାବେ ବୁଝିପାରିବେ।
ଅଧିକାଂଶ ଗ୍ରାହକ ଗାଡ଼ି କିଣିବା ବେଳେ ଅତି ସତର୍କତାର ସହ ନିଷ୍ପତି ନେଇଥାନ୍ତି, କିନ୍ତୁ ମୋଟର ଯାନ ବୀମାକୁ ଏକ ନିୟମିତ କାମ ଭାବେ ଗ୍ରହଣ କରନ୍ତି। ଏହି ଫିଲ୍ମ ଜରିଆରେ ଏସବିଆଇ ଲାଇଫ ଜେନେରାଲ ଇନସ୍ୟୁରାନ୍ସ ଲୋକମାନଙ୍କୁ ଏହା ଜଣାଇବାକୁ ଚାହୁଛି ଯେ ପଲିସିଠାରୁ ଉପରକୁ ଯାଇ ସୂଚନା ଆଧାରରେ ନିଷ୍ପତି ନେବା ଓ ବିଶ୍ୱାସ କରୁଥିବା ବୀମା ସହଯୋଗୀ ଚୟନ କରିବା ପ୍ରତି ଧ୍ୟାନ ଦେବାକୁ ହେବ। ବୀମାକୁ ସରଳ, ସହଜଲବ୍ଧ ଓ ପ୍ରାସଙ୍ଗିକ କରିବା ପାଇଁ କମ୍ପାନି ପକ୍ଷରୁ ଭରସା ଥିବା ସୁରକ୍ଷା ଓ ଦରକାର ସମୟରେ ସହଯୋଗ ପ୍ରଦାନ କରାଯାଉଛି।
ଏହି ଅଭିଯାନ ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “ଗ୍ରାହକମାନେ ଚୟନ କରୁଥିବା ସହଯୋଗୀଙ୍କ ଉପରେ ରହିଥିବା ବିଶ୍ୱାସ ଆଧାରରେ ବୀମା ଗଠିତ। ଗାଡ଼ି ଲୋକମାନଙ୍କ ଦୈନନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ବେଳେ ଗ୍ରାହକମାନେ ସରଳ, ସ୍ୱଚ୍ଛ ଓ ଭରସାଯୋଗ୍ୟ ସୁରକ୍ଷା ସମାଧାନ ଚାହୁଛନ୍ତି। ‘ଚୁନିୟେ ଭରୋସା, ଆପନୋ ସା’ର ମୋଟର ବୀମା ଯାନ ଜରିଆରେ ଆମେ ଗ୍ରାହକଙ୍କୁ ତାଙ୍କ ମାଲିକାନା ଯାତ୍ରାରେ ଆବଶ୍ୟକ ସହାୟତା ପ୍ରଦାନ କରି ବୀମାକୁ ଅଧିକ ପ୍ରାସଙ୍ଗିକ କରିବାର ପ୍ରତିବଦ୍ଧତା ଜାରି ରଖିଛୁ।”
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମାର୍କେଟିଂ ଓ ସିଏସଆର ମୁଖ୍ୟ ଶ୍ରୀ ରଥିନ ଲାହିରି କହିଛନ୍ତି ଯେ, “ଏହି ଅଭିଯାନ ମୂଳକେନ୍ଦ୍ରରେ ଏକ ସରଳ ଚିନ୍ତାଧାରା ରହିଛି। କାର ହେଉଛି ଏକ ସଫଳତା, ବ୍ୟକ୍ତିଗତ କ୍ଷେତ୍ର, ଆତ୍ମ ପରିପ୍ରକାଶ ଯାହା ସ୍ୱାଧୀନତା ଓ ନିୟନ୍ତ୍ରଣ ପ୍ରଦାନ କରୁଛି ଏବଂ ଜଣଙ୍କ ପାଖରେ ଥିବା ମୂଲ୍ୟବାନ ସଂପଦ ମଧ୍ୟରୁ ଅନ୍ୟତମ। ଆପଣଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଥିବା କିଛି ଜିନିଷକୁ ସୁରକ୍ଷିତ ରଖିବା ବେଳେ ଆପଣ କାହିଁକି ଖାଲଖିଆଲି ନୀତି ଆପଣେଇବେ? ଗ୍ୟାରେଜର ବ୍ୟାପକ ନେଟୱକ ଓ ପ୍ରମାଣିତ ଦାବି ସହାୟତା ଅନୁଭୂତି ଥିବା ଏକ ସବୁଠୁ ବିଶ୍ୱସନୀୟ ସଂସ୍ଥାକୁ ଚୟନ କରିବା ବୁଦ୍ଧିମାନର ପରିଚୟ। ପଙ୍କଜ ତ୍ରିପାଠୀଙ୍କ ଆଦର ଓ ଅସଲିପଣ ଏହା ବାର୍ତାକୁ ସହଜରେ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଖରେ ପହଂଚାଇଛି। ଏହି ଅଭିଯାନ ଜରିଆରେ ମୋଟର ଯାନକୁ କେବଳ ଏକ ପଲିସି ନୁହେଁ, ବରଂ ପ୍ରତିଶ୍ରୁତି ଦେଉଥିବା ତଥା ନିଜ ପାଖରେ ଥିବା ଏକ ଭରସାଯୋଗ୍ୟ ସହଯୋଗୀ ଭାବେ ଦେଖିବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରିବାକୁ ଆମେ ଆଶା ରଖିଛୁ।”

Share

Leave a Reply

Your email address will not be published. Required fields are marked *

9 + five =