Business

ମୋଲବିଓ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୬ ଅଗଷ୍ଟ ୧୦, ସୋମବାର ଖୋଲିବ

ଭୁବନେଶ୍ୱର: ମୋଲବିଓ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଅଗଷ୍ଟ ୧୦ ସୋମବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ୨୦୨୬ ଅଗଷ୍ଟ ୭, ଶୁକ୍ରବାର ବିଡ୍ ଦାଖଲ କରିପାରିବେ ଏବଂ ବିଡ୍ ଦାଖଲର ଶେଷ ତାରିଖ ହେଉଛି ୨୦୨୬ ଅଗଷ୍ଟ ୧୨, ବୁଧବାର।
ଏହି ଇସ୍ୟୁରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ୍ ୭୬୮ ଟଙ୍କାରୁ ୮୦୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୧୮ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଓ ସେଥିରେ ୧୮ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୨୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ନିବେଶକମାନେ ୯୧,୬୬,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ। ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୧.୫ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରହିବ ଓ ଇକ୍ୱିଟି ସେୟାର ପିଛା ସେମାନଙ୍କୁ ୭୬ ଟଙ୍କାର ରିହାତି ମିଳିପାରିବ।
ଅଫର ଫର୍ ସେଲ୍‌ରେ ଏକ୍ସୋରା ଟ୍ରେଡିଂ ଏଲ୍‌ଏଲ୍‌ପି ୧,୮୧୧,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଡକ୍ଟର ଚନ୍ଦ୍ରଶେଖରନ ଭାସ୍କରନ ନାୟାର ୧,୨୨୧,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଇଣ୍ଡିଆ ବିଜନେସ୍ ଏକ୍ସଲେନ୍ସ ଫଣ୍ଡ୍‌-୨ ୧,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଗୋପାଳକୃଷ୍ଣ ମାଙ୍ଗାଲୋର କିନି ୧,୧୨୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଜେ ଗୁରୁ ଦତ ୯୦୨,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଗୋପାଳକୃଷ୍ଣ ସମ୍ପତଗିରି ୯୦୨,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ସଙ୍ଗୀତା କେ ମିନି ୪୫୨,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏମ ଏ ଉଷା ରାଣୀ ୪୫୧,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏମ ଏ ରୋହିତ ୨୪୮,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଶ୍ରୁତି ଜି କିନି ୨,୨୬,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏମ ଏ ସାରଥୀ ୧,୯୩,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଚିଉବାକା ସର୍ଭିସେସ ଲିମିଟେଡ୍ ୧,୯୩,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ସୁଜୟ ଲିମିଟେଡ୍ ୧,୯୩,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ସହିଦା ଅବଦୁଲ କାଦିର ୯୭,୦୦୦ ଇକ୍ୱିଟି ସେୟାର, ବିବେକ ଦେବରାଜ ୭୮,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଅବଦୁଲ କାଦିର ମହମ୍ମଦ ଥିରୁଭାଥ ୪୮,୦୦୦ ଇକ୍ୱିଟି ସେୟାର ଓ ଜି ଗଣେଶ କାମଥ ୧୭,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ପ୍ରଦାନ କରାଯିବ। ବୁକ ରନିଂ ଲିଡ ମ୍ୟାନେଜରମାନଙ୍କ ସହ ଆଲୋଚନା କରି କ୍ୟୁଆଇବିଙ୍କ ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାର ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ। ସେଥିରୁ ୩୩.୩୩ ପ୍ରତିଶତ ଇକ୍ୱିଟି ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡ ଓ ୬.୬୭ ପ୍ରତିଶତ ଇକ୍ୱିଟି ସେୟାରକୁ ଜୀବନ ବୀମା କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡଙ୍କୁ ଆବଂଟନ କରାଯାଇପାରିବ। ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ପାଇଁ ରଖାଯିବ।
ଅଫରର ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ପାଇଁ ରଖାଯିବ। ନିଟ ଅଫରର ୩୫ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ବିଡରଙ୍କୁ ଆବଂଟନ କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

2 × 4 =