୩୧ରୁ କାମ କରିବନି ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ ଡେବିଟ୍ କାର୍ଡ

ଭୁବନେଶ୍ୱର() ଆସନ୍ତା ୧ ତାରିଖରୁ ଏସବିଆଇ ଏଟିଏମରୁ ଟଙ୍କା ଉଠାଇଲେ ମୋବାଇଲକୁ ଆସିବ ଓ୍ୱାନ୍ ଟାଇମ୍ ପାସଓ୍ୱାର୍ଡ ବା ଓଟିପି। ଏଟିଏମରେ ବେଆଇନ୍ କାରବାରକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।

ନୂଆ ନିୟମ ଅନୁସାରେ ଯଦି ଏସ୍ବିଆଇ ଗ୍ରାହକ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବେ, ତେବେ ବ୍ୟାଙ୍କରେ ପଞ୍ଜୀକୃତ ହୋଇଥିବା ତାଙ୍କ ମୋବାଇଲ ନମ୍ବରକୁ ଓଟିପି ଯିବ। ଠିକ୍ ଏହି ସମୟରେ ଏଟିଏମ୍ ସ୍କ୍ରିନରେ ଓଟିପି ସମ୍ପର୍କରେ ଉଲ୍ଲେଖ ହେବ। ଗ୍ରାହକ ଜଣକ ଏଟିଏମ୍ ସ୍କ୍ରିନରେ ଓଟିପି ନମ୍ବର ଦେଲେ ଯାଇ ଟଙ୍କା ଉଠାଇପାରିବେ। ରାତି ୮ଟାରୁ ସକାଳ ୮ଟା ମଧ୍ୟରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଣ ପାଇଁ ଓଟିପି ଆସିବ। ତେବେ ଏହି ବ୍ୟବସ୍ଥା କେବଳ ଏସ୍ବିଆଇ ଏଟିଏମରେ ଲାଗୁ ହେବ। ଏସବିଆଇ ଗ୍ରାହକ ଯଦି ଅନ୍ୟ ବ୍ୟାଙ୍କର ଏଟିଏମରେ ଟଙ୍କା ଉଠାଇବେ ତେବେ ଏହି ସୁବିଧା ପାଇପାରିବେ ନାହିଁ।

ସେପଟେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପଯୁକ୍ତ ଡେବିଟ୍ କାର୍ଡ ସ୍ଥାନରେ ଇଏମଭି କାର୍ଡ ଦେବା ଆବଶ୍ୟକ। ଅନ୍ତର୍ଜାତୀୟ ମାନର ପେମେଣ୍ଟ୍ ମାନଦଣ୍ଡ ଅନୁଯାୟୀ ଗ୍ରାହକଙ୍କ ଅଧିକ ସୁରକ୍ଷା ପାଇଁ ଏହା କରାଯାଇଛି। ତେଣୁ ଯଦି କୌଣସି ବ୍ୟାଙ୍କର ଗ୍ରାହକ ପୁରୁଣା ଡେବିଟ୍ କାର୍ଡ ବ୍ୟବହାର କରୁଥାନ୍ତି ତା’ହେଲେ ତାହାକୁ ସେମାନେ ବଦଳାଇ ଦେବା ଆବଶ୍ୟକ। ଗ୍ରାହକମାନଙ୍କୁ ସେମାନଙ୍କ ପୁରୁଣା ପ୍ରଯୁକ୍ତିର କାର୍ଡ ବଦଳାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ମାଧ୍ୟମରେ ସୂଚନା ଦେଉଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଡେବିଟ୍ କାର୍ଡଧାରୀମାନଙ୍କୁ ଏକ ଟ୍ବିଟ୍ ମାଧ୍ୟମରେ ଅଧିକ ନିରାପଦଯୁକ୍ତ ଇଏମଭି ଚିପ୍ ଏବଂ ପିନ୍ ଭିତ୍ତିକ କାର୍ଡ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ନିଜ ଆକାଉଣ୍ଟ ଥିବା ଶାଖାରୁ ନେବାପାଇଁ କହିଛି। ଉଲ୍ଲେଖଯୋଗ୍ୟ, ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡ ହେଉଛି ସେହି କାର୍ଡ ଯାହାର ପଛ ପଟେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ରହିଥାଏ। କିନ୍ତୁ ଇଏମଭି (ୟୁରୋପେ, ମାଷ୍ଟରକାର୍ଡ ଏବଂ ଭିସା) କାର୍ଡରେ ଚିପ୍ ରହିଥାଏ।

Share

Leave a Reply

Your email address will not be published. Required fields are marked *

nineteen − eight =