ତନିସ୍କ ପକ୍ଷରୁ “ଦିବ୍ୟାନି” ଅଳଙ୍କାର ସମ୍ଭାର ଉପସ୍ଥାପନ

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ପ୍ରତି ଏକ ଗୀତ
ଭୁବନେଶ୍ୱର: ଟାଟାର ଏକ ଅଂଶ ତଥା ଭାରତର ସର୍ବବୃହତ ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଗୌରବକୁ ପାଳନ କରିବା ଲାଗି ପବିତ୍ର ରଥଯାତ୍ରା ଅବସରରେ ସ୍ୱତନ୍ତ୍ର ଅଳଙ୍କାର ସମ୍ଭାର “ଦିବ୍ୟାନି” ବିଷୟରେ ଘୋଷଣା କରାଯାଇଛି । ତନିସ୍କର ରିଟେଲ୍ ମୁଖ୍ୟ ଶ୍ରୀ ବିଜେଶ ରାଜନ, ଟାଇଟାନ୍ କଂପାନିର ଆଂଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ଶ୍ରୀ ସୋମପ୍ରଭ ସିଂହ ଓ ତନିସ୍କର ଆଂଚଳିକ ବ୍ୟବସାୟ ମୁଖ୍ୟ-ପୂର୍ବ ଶ୍ରୀ ଆଲୋକ ରଂଜନ ଏହି ସମ୍ଭାରକୁ ଉନ୍ମୋଚନ କରିଛନ୍ତି ।
ଗ୍ରାହକଙ୍କ ଉତ୍ସବ ଖୁସିକୁ ବଢ଼ାିବା ଲାଗି ତନିସ୍କ ପକ୍ଷରୁ ରଥଯାତ୍ରାରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ତନିସ୍କ ପକ୍ଷରୁ ପ୍ରତି କିଣାକିଣି ଉପରେ ମାଗଣା ସୁନା କଏନ୍ କିମ୍ବା ହୀରା ମୂଲ୍ୟ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର ଓଡ଼ିଶାର ସମସସ୍ତ ତନିସ୍କ ଷ୍ଟୋରରେ ବୈଧ ରହିବ । ଏହି ଅଫର ସୀମିତ ସମୟ ଲାଗି ବୈଧ ରହିଛି ।
ତନିସ୍କର ନୂଆ ରଥଯାତ୍ରା ସମ୍ଭାର ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଅନୁପ୍ରାଣିତ ହୋଇଛି ଏବଂ ଓଡ଼ିଶାର ମହିଳାମାନଙ୍କ ପିନ୍ଧିବା ପାଇଁ ହାତରେ ତିଆରି କରାଯାଇଛି । କୋଣାର୍କରେ ଥିବା ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରଠାରୁ ଭୁବନେଶ୍ୱରରେ ଲିଙ୍ଗରାଜ ଓ ମୁକ୍ତେଶ୍ୱରର ଖୋଦେଇ ବିବରଣୀ ଏବଂ ପୁରୀର ଶ୍ରୀ ଜଗନ୍ନାଥଙ୍କ ଉଲ୍ଲେଖନୀୟ ଢାଂଚା ଆଦିକୁ ନେଇ ଏହି ସମ୍ଭାର ହେଉଛି ଏହି ଅଂଚଳର ସମୃଦ୍ଧ ସଂସ୍କୃତି ଓ ସ୍ଥାପତ୍ୟ ଐତିହ୍ୟ ପ୍ରତି ଗୀତ । ପାରମ୍ପରିକ ଲୋକ ବିଶ୍ୱାସ, ପରମ୍ପରା ଓ କାହାଣୀ ଦ୍ୱାରା ପ୍ରଭାବିତ ଇକତ୍ ଓ ପଟ୍ଟଚିତ୍ର ଭଳି ସ୍ଥାନୀୟ କଳା ଓ କୃତି ପ୍ରତି ପ୍ରଶଂସା । ରଥ ଚକର ଡିଜାଇନ୍ ଭାବେ ରଥଯାତ୍ରା ଉତ୍ସବର ଉପାଦାନକୁ ଏହି ସମ୍ଭାର ଧରି ରଖିଛି । ସୂକ୍ଷ୍ମ ତାରକସୀ, ଲେଜର କଟିଂ ଓ ଷ୍ଟାମ୍ପ୍ ଓ ତାର କାମ ଜରିଆରେ ୩-ଡାଇମେନ୍‌ସନାଲ୍ ଷ୍ଟେପିଂ-ଇନ୍ ୟୁନିଟ୍ ସହ ଏହି ସମ୍ଭାର ହେଉଛି ଭାରତୀୟ ସ୍ଥାପତ୍ୟ ଓ କଳାକାରୀ ଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ ।
ଏହି ନୂଆ ସମ୍ଭାର ସମ୍ପର୍କରେ ତନିସ୍କର ପୂର୍ବ ଆଂଚଳିକ ବ୍ୟବସାୟ ମୁଖ୍ୟ ଶ୍ରୀ ଆଲୋକ ରଂଜନ କହିଛନ୍ତି ଯେ, “ଓଡ଼ିଶାର ମହିଳାମାନଙ୍କ ପରିଧାନ ପାଇଁ ହାତ ତିଆରି ଅଳଙ୍କାର “ଦିବ୍ୟାନି’ ରଥଯାତ୍ରା ଅଳଙ୍କାର ସମ୍ଭାରକୁ ଆମେ ଗର୍ବର ସହିତ ଉପସ୍ଥାପନ କରୁଥିବା ବେଳେ ଆସନ୍ତୁ ପ୍ରାଚୀନ ମନ୍ଦିର ଓ ଅସୀମ କାରିଗରୀର ମିଶ୍ରଣ ଥିବା ଏକ ଦୁନିଆରେ ପ୍ରବେଶ କରନ୍ତୁ । ଆମର ସମ୍ଭାର ଓଡ଼ିଶାର ପରମ୍ପରା ଓ ସଂସ୍କୃତିରୁ ଅନୁପ୍ରାଣିତ ଯାହା ହେଉଛି ଓଡ଼ିଶାର ଜୀବନ୍ତ ଭାବ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ଏକ ଗଭୀର ଶ୍ରଦ୍ଧାଞ୍ଜଳି । ପ୍ରତିଟି ଗହଣା ହେଉଛି ମାଷ୍ଟରପିସ୍ ଯେଉଁଥିରେ ଓଡ଼ିଶାର ମନ୍ଦିର ଓ ରଥଯାତ୍ରା ଉପାଦାନ ରହିଛି । ଏହି ମୂଲ୍ୟବାନ ଅଳଙ୍କାର ପିନ୍ଧିବା ସହ ଏକ ସମ୍ପ୍ରଦାୟର ଅଂଶ ବୋଲି ଆପଣ ହୃଦୟରେ ଗର୍ବିତ ଓ ଉଲ୍ଲସିତ ମନେ କରନ୍ତୁ ଯାହା ସୀମା ଭିତରେ ବାନ୍ଧିହୋଇ ରହି ନାହିଁ । ଆମ ରଥଯାତ୍ରା ସମ୍ଭାରର ଯାଦୁକୁ ଅନୁଭବ କରନ୍ତୁ ଏବଂ ଓଡ଼ିଶାର ଏକତା ଓ ସୌନ୍ଦର୍ଯ୍ୟକୁ ପାଳନ କରନ୍ତୁ । ତନିସ୍କ ତରଫରୁ ଆମେ ସମସ୍ତଙ୍କୁ ରଥଯାତ୍ରାର ଶୁଭକାମନା ଜଣାଉଛୁ ।’’

Share

Leave a Reply

Your email address will not be published. Required fields are marked *

9 + seven =