ୟୁଟିଆଇ ମିଡ୍‌କ୍ୟାପ୍ ଫଣ୍ଡ୍‌ରେ ମଧ୍ୟମ ଧରଣ କଂପାନିରେ ଥିବା ଲାଭ ହାସଲ କରିବା ସୁଯୋଗ

ଭୁବନେଶ୍ୱର: ମଣିଷ ଜୀବନ ଭଳି କଂପାନିଗୁଡ଼ିକ ମଧ୍ୟ ଅଭିବୃଦ୍ଧି ଓ ପରିପକ୍ୱତା ସ୍ତର ଦେଇ ଗତି କରିଥାଏ । ମିଡ୍ କ୍ୟାପ୍ କଂପାନିଗୁଡ଼ିକ ବ୍ୟବସାୟ ଚକ୍ରର ଏକ ନିର୍ଦିଷ୍ଟ ଅବଧିକୁ ଗ୍ରହଣ କରିଥାଏ ଯେଉଁଠାରେ କଂପାନି ଏକ ଛୋଟ କଂପାନିରୁ ଆଗକୁ ବଢ଼ି ପ୍ରାରମ୍ଭିକ ପୁଂଜି ବଢ଼ାଇ, ପ୍ରାରମ୍ଭିକ ଅଭିବୃଦ୍ଧି ଆହ୍ୱାନକୁ ଅତିକ୍ରମ କରି ଏହି କଂପାନିଗୁଡ଼ିକ ନେତୃତ୍ୱ ବଜାୟ ରଖିପାରେ, କିନ୍ତୁ ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ସକ୍ଷମ ହୋଇନଥାଏ । ତେଣୁ ଛୋଟ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟବସାୟ ଏବଂ ଏକ ପ୍ରତିଷ୍ଠିତ ବଡ଼ କଂପାନି ମଧ୍ୟରେ ମିଡ୍ କ୍ୟାପ୍ କଂପାନିଗୁଡ଼ିକ ବହୁତ ଭଲ ସ୍ଥିତିରେ ରହିଥାଏ
ସ୍ମଲ କ୍ୟାପ୍ ଓ ଲାର୍ଜ କ୍ୟାପ୍ ମଝିରେ ରହିଛି ମିଡ୍ କ୍ୟାପ୍ ଷ୍ଟକ୍ ଏବଂ କଂପାନିର ବଜାର ପୁଂଜି ଅନୁସାରେ ସେଗୁଡ଼ିକୁ ନିର୍ଧାରଣ କରାଯାଇଥାଏ । ସେବି ପକ୍ଷରୁ କରାଯାଇଥିବା ନିର୍ଧାରଣ ଅନୁସାରେ ୧୦୧ରୁ ୨୫୦ତମ କଂପାନି ପର୍ଯ୍ୟନ୍ତ ହେଉଛି ହେଉଛନ୍ତି ମିଡ୍‌କ୍ୟାପ୍ ଷ୍ଟକ୍ । ଏକ ମିଡ୍‌କ୍ୟାପ୍ ଫଣ୍ଡ୍‌ରେ ୬୫% ପାଣ୍ଠିକୁ ମିଡ୍ କ୍ୟାପ୍ କଂପାନିର ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଉପକରଣରେ ନିବେଶ କରାଯାଏ । ମାତ୍ର, ଏଥିରେ ନିବେଶକମାନେ ମିଡ୍‌କ୍ୟାପ୍ ଫଣ୍ଡ୍ ସହିତ ସଂଶ୍ଳିଷ୍ଟ ଥିବା ବିପଦ ଓ ଲାଭକୁ ଜାଣିବା ଦରକାର ।
ୟୁଟିଆଇ ମିଡ୍ କ୍ୟାପ୍ ଫଣ୍ଡ୍ ହେଉଛି ଏକ ଓପୋନ୍ ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଯାହା ମୁଖ୍ୟତଃ ମିଡ୍ କ୍ୟାପ୍ କଂପାନିରେ ନିବେଶ କରିଥାଏ । ବ୍ୟବସାୟ ବଢ଼ିବା ଓ ଦୀର୍ଘମିଆଦୀ ଭିତିରେ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ଥିବା କଂପାନିରେ ନିବେଶ କରିବା ହେଉଛି ଏହି ଫଣ୍ଡ୍‌ର ରଣନୀତି । ଦୁର୍ବଳରୁ ସବଳ ଆଡ଼କୁ ଗତି କରୁଥିବା ଭଲ କଂପାନିଗୁଡ଼ିକରେ ଏହି ଫଣ୍ଡ୍ ନିବେଶ କରିଥାଏ । ଉତମ ଆର୍ଥିକ ସ୍ଥିତି ଥିବା କଂପାନିଗୁଡ଼ିକରୁ ଏଥିରେ ଚୟନ କରାଯାଏ । ଏହି ଫଣ୍ଡ୍‌ରେ ବହୁତ ଭଲ ବିବିଧତା ଥିବା ବେଳେ ବଭିନ୍ନ କ୍ଷେତ୍ର ଓ ଶିଳ୍ପର ୭୪ ଷ୍ଟକ୍ ରହିଛି ।
୨୦୦୪ ଏପ୍ରିଲ୍ ୭ରେ ଏହି ଫଣ୍ଡ୍‌ର ଶୁଭାରମ୍ଭ ହୋଇଥିଲା ଏବଂ ୨୦୨୩ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଏହାର ୟୁନିଟ୍‌ଧାରୀଙ୍କ ସଂଖ୍ୟା ୪.୬୮ ଲକ୍ଷରୁ ଅଧିକ ଥିବା ବେଳେ ପରିଚାଳନା ଅଧିନ ସଂପତି (ଏୟୁଏମ୍‌) ୭,୦୭୮ କୋଟି ଟଙ୍କାରୁ ଅଧିକ ରହିଛି । ପୋର୍ଟଫୋଲିଓର ୮୫%-୯୦% ରାଶିକୁ ଏହା ମିଡ୍ କ୍ୟାପ୍ ଓ ସ୍ମଲ କ୍ୟାପ୍ କଂପାନିଗୁଡ଼ିକର ଷ୍ଟକ୍‌ରେ ଆବଂଟନ କରିଥାଏ । ଫଣ୍ଡ୍‌ର ୬୯% ରାଶି ମିଡ୍‌କ୍ୟାପ୍‌ରେ ଏବଂ ୧୮% ସ୍ମଲ୍ କ୍ୟାପ୍ ଷ୍ଟକ୍‌ରେ ଏବଂ ଅବଶିଷ୍ଟ ରାଶିକୁ ଲାର୍ଜ କ୍ୟାପ୍ ଫଣ୍ଡ୍‌ରେ ନିବେଶ କରାଯାଏ । ଏହି ସ୍କିମ୍‌ରେ ଚୋଳମଣ୍ଡଳମ୍ ଇନଭେଷ୍ଟମେଂଟ୍ ଆଣ୍ଡ୍ ଫାଇନାନ୍ସ କଂପାନି ଲିମିଟେଡ୍‌, ଟ୍ୟୁବ୍ ଇନଭେଷ୍ଟମେଂଟ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌, ଫେଡେରାଲ୍ ବ୍ୟାଙ୍କ ଲିମିଟେଡ୍‌, ସ୍କାଏଫ୍‌ଲର ଇଣ୍ଡିଆ ଲିମିଟେଡ୍‌, ଏପିଏଲ୍ ଆପୋଲୋ ଟ୍ୟୁବ୍‌ସ ଲିମିଟେଡ୍‌, ପିଆଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଭାରତ ଫୋର୍ଜ ଲିମିଟେଡ୍‌, ଶ୍ରୀରାମ ଫାଇନାନ୍ସ କୋ ଲିମିଟେଡ୍‌, ପଲିକ୍ୟାବ୍ ଇଣ୍ଡିଆ ଲିମିଟେଡ୍ ଏବଂ ଏମ୍‌ଫାସିସ୍ ଲିମିଟେଡ୍ ଭଳି କଂପାନିରେ ନିବେଶ କରାଯାଇଛି । ଏହି କଂପାନିଗୁଡ଼ିକର ଫଣ୍ଡ୍‌ର ୨୫% ନିବେଶ ରହିଛି । କଂପାନି ଚୟନ ଗବେଷଣାରେ ୟୁଟିଆଇର ଗଭୀର ଅଭିଜ୍ଞତା ରହିଛି । ମିଡ୍‌କ୍ୟାପ୍ କଂପାନିରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କ ଲାଗି ୟୁଟିଆଇ ମିଡ୍ କ୍ୟାପ୍ ଫଣ୍ଡ୍ ବେଶ ଉପଯୁକ୍ତ ।

Share

Leave a Reply

Your email address will not be published. Required fields are marked *

five × four =