ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସପ୍ତାହବ୍ୟାପୀ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ୨୦୨୩ର ସମାପନ

ନରେନ୍ଦ୍ରପୁର: ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପ୍ଲାଂଟ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ପାଳନର ବିଷୟବସ୍ତୁ ଥିଲା “ଏମ୍ବ୍ରାସ୍ ଇକ୍ୱିଟି’ (ସମାନତାକୁ ଆପଣେଇବା) । ଟିଏସ୍‌ଏମ୍ ପକ୍ଷରୁ ପାଳିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଟ୍ରିଭିଆ କୁଇଜ୍‌, କ୍ରସ୍‌ୱାର୍ଡ ପଜଲ୍‌, ୱାଣ୍ଡର ଓମ୍ୟାନ ଇନ୍ ମାଇଁ ଲାଇଫ୍‌, ବ୍ୟକ୍ତିତ୍ୱଙ୍କ ଅନୁମାନ ଲଗାଇବା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ କର୍ମଚାରୀମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ୧୦୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
୨୦୨୩ ମାର୍ଚ୍ଚ ୧୪ରେ ମହିଳା ଦିବସର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଏସ୍‌ଏମ୍‌ର ଚିଫ୍ ଏଚ୍‌ଆର୍‌ବିପି ଅମିତାଭ ଚନ୍ଦ୍ର ଝା ଓ ଟିଏସ୍‌ଏମ୍‌ର ଚିଫ୍‌-ଆଇରନ୍ ମେକିଂ ଅମିତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାରଖାନାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚିଫ୍‌-ପାୱାର ସିଷ୍ଟମ୍ ରାଜେଶ ଅଗ୍ରୱାଲ୍‌, ଚିଫ୍‌-ଡିଆର୍‌ଆଇ ବିଦ୍ୟା ପ୍ରସାଦ ଓ ଚିଫ୍‌-ପରିବେଶ ଅନୁପ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ । ଅମିତାଭ ଚନ୍ଦ୍ର ଝାଙ୍କ ଦ୍ୱାରା ମହିଳା ଦିବସ ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ଏହି ସପ୍ତାହରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଜେତାମାନଙ୍କୁ ଅତିଥିମାନେ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାରଖାନାରେ ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମହିଳା ଦିବସ ପାଳନ କରାଯାଇଥିଲା ଯାହା ଏହାକୁ ଏକ ଅନ୍ତର୍ଭୁକ୍ତୀକରଣ ଓ ଜୀବନ୍ତ କାର୍ଯ୍ୟକ୍ରମରେ ପରିଣତ କରିଥିଲା । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ୟୁନାଇଟେଡ୍ ନେସନ୍ ପପୁଲେସନ୍ ଫଣ୍ଡ୍ (ୟୁଏନ୍‌ପିଏଫ୍‌)ର ପ୍ରଶିକ୍ଷଣ ପ୍ରଦାନକାରୀ ମନସ୍ୱିନୀ ପାଣିଗ୍ରାହୀଙ୍କ ଦ୍ୱାରା ମାନସିକ କଲ୍ୟାଣ ଓ କର୍ମ-ଜୀବନ ସନ୍ତୁଳନ ଉପରେ ଏକ ଭାବ ବିନିମୟ ଭିତିକ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fourteen + 16 =