ଆକ୍ସିସ୍ ବ୍ୟାଙ୍କ ଓ ହିଟାଚି ପେମେଂଟ୍ ସର୍ଭିସେସ୍ ପକ୍ଷରୁ ଏଆଇ ଚାଳିତ ବ୍ୟାଙ୍କିଂ ସମାଧାନ ଉନ୍ମୋଚିତ
ଦେଶର ଅନ୍ୟତମ ସର୍ବବୃହତ୍ତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓ ହିଟାଚିି ପେମେଂଟ୍ ସର୍ଭିସେସ୍ ପକ୍ଷରୁ ମିଳିତ ଭାବେ ଦୁଇଟି ଏଆଇ ପରିଚାଳିତ ସମାଧାନ ଏକ୍ସପ୍ରେସ୍ ବ୍ୟାଙ୍କିଂ: ଡିଜିଟାଲ୍ ପଏଂଟ୍ ୨.୦ ଓ ଏଆଇ ସାଉଣ୍ଡ୍ବକ୍ସ ଉନ୍ମୋଚନ କରାଯାଇଛି। ଏକ୍ସପ୍ରେସ୍ ବ୍ୟାଙ୍କିଂ: ଡିଜିଟାଲ୍ ବ୍ୟାଙ୍କିଂ ପଏଂଟ୍ ୨.୦ ଜରିଆରେ ଗ୍ରାହକମାନେ ବ୍ୟାଙ୍କ ସେବା ପାଇପାରିବେ ଓ ପ୍ରାକୃତିକ ଭାଷାର ବାର୍ତ୍ତାଳାପ ଜରିଆରେ ସହାୟତା ହାସଲ କରିପାରିବେ। ଏଆଇ ସାଉଣ୍ଡବକ୍ସରେ ମର୍ଚାଂଟ୍ମାନେ ପେମେଂଟ୍ ସମ୍ପର୍କିତ ପ୍ରଶ୍ନକୁ ସ୍ୱର ଜରିଆରେ ପଚାରି ପାରିବେ ଓ ସଙ୍ଗେ ସଙ୍ଗେ ତାହାର ଉତ୍ତର ପାଇପାରିବେ। ଏହି ସମାଧାନ ବାର୍ତ୍ତାଳାପ ଭିତ୍ତିକ ବୁଦ୍ଧିମତ୍ତାକୁ ଦୈନନ୍ଦିନ ବ୍ୟାଙ୍କିଂ କାରବାର ସହ ଯୋଡ଼ିଛି।
ଏକ୍ସପ୍ରେସ୍ ବ୍ୟାଙ୍କିଂ: ଡିଜିଟାଲ୍ ବ୍ୟାଙ୍କିଂ ପଏଂଟ୍ ୨.୦ ଉଭୟ ସେଲ୍ଫ ସର୍ଭିସ୍ ଓ ସହାୟକ ମୋଡ୍ରେ ଉପଲବ୍ଧ ହୋଇଛି ଯାହା ଖାତା ଖୋଲିବା,ତତ୍କାଳ କାର୍ଡ ଜାରି କରିବା, ଫିକ୍ସ ଡିପୋଜିଟ୍ ଜମା କରିବା, ୟୁଟିଲିଟି ବିଲ୍ ପେମେଂଟ୍ କରିବା, ଚେକ୍ ଜମା କରିବା ଓ ପାସ୍ବୁକ୍ ପ୍ରିଟିଂ ଭଳି ସେବା ପ୍ରଦାନ କରିବ। ବ୍ୟାଙ୍କର ଗଠନ ଶୈଳୀ ଅନୁସାରେ ଏହି ସେବାକୁ ବଦଳାଇହେବ। ଏଆଇ ସାଉଣ୍ଡବକ୍ସରେ ଗୋଟିଏ ବଟନ ଦବାଇ ବ୍ୟବସାୟୀ ପେମେଂଟ୍ ସମ୍ପର୍କିତ ପ୍ରଶ୍ନ କରିପାରିବେ ଏବଂ ସ୍ୱର ଜରିଆରେ ତାହାର ଉତ୍ତର ପାଇପାରିବେ। ୧୨ଟି ଭାରତୀୟ ଭାଷାରେ ଏହି ସେବା ଉପଲବ୍ଧ ହୋଇଛି।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ହେଡ୍ (ବ୍ରାଂଚ ବ୍ୟାଙ୍କିଂ (ଦକ୍ଷିଣ) ସଂଜୀବ ମୋଘେ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ଦୈନନ୍ଦିନ ବ୍ୟାଙ୍କିଂ ସେବାକୁ ଅଧିକ ସରଳ, ସ୍ମାର୍ଟ ଏବଂ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ତ୍ୱରିତ କରିବା ଉପରେ ଆମର ଗୁରୁତ୍ୱ ରହିଛି। ହିଟାଚି ପେମେଣ୍ଟ ସର୍ଭିସେସ୍ ସହଯୋଗରେ ବିକଶିତ ‘ଏକ୍ସପ୍ରେସ୍ ବ୍ୟାଙ୍କିଂ: ଡିଜିଟାଲ୍ ବ୍ୟାଙ୍କିଂ ପଏଣ୍ଟ ୨.୦’ ଏକ ସୁଗମ ଓ ଭବିଷ୍ୟତମୁଖୀ ବ୍ୟାଙ୍କିଂ ଅନୁଭୂତି ପ୍ରଦାନ ଦିଗରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।”
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ହେଡ୍ (ଆକ୍ୱାୟାରିଂ ଏବଂ କାର୍ଡସ୍) ଭିନୀତ ବଜାଜ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଏପରି ସମାଧାନ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଉଛୁ ଯାହା ବ୍ୟବସାୟିକ କାର୍ଯ୍ୟକଳାପକୁ ସରଳ କରିବ ଏବଂ ବ୍ୟବସାୟୀମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ମୂଲ୍ୟ ସୃଷ୍ଟି କରିବ। ଏଆଇ ସାଉଣ୍ଡବକ୍ସ ଉପରେ ହିଟାଚି ପେମେଂଟ ସର୍ଭିସେସ୍ ସହିତ ଆମର ସହଭାଗିତା ବିଶ୍ୱସନୀୟ ପେମେଂଟ ଭିତ୍ତିଭୂମି ଏବଂ ବୁଦ୍ଧିମତାପୂର୍ଣ୍ଣ, ସ୍ୱର ଚାଳିତ ପ୍ରଯୁକ୍ତିବିଦ୍ୟାକୁ ଏକାଠି ଆଣିଛି ଯାହା ବ୍ୟବସାୟୀମାନଙ୍କୁ ବ୍ୟବସାୟିକ ତଥ୍ୟ ଓ ଆନ୍ତର୍ଦୃଷ୍ଟି ପାଇବା, ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ଏବଂ ଅଧିକ ଆତ୍ମବିଶ୍ୱାସର ସହିତ କାରବାର କରିବାରେ ସାହାଯ୍ୟ କରିବ। ଏହି ସହଯୋଗ ସାରା ଭାରତରେ ବ୍ୟବସାୟଗୁଡ଼ିକ ପାଇଁ ନବସୃଜନକୁ ବ୍ୟବହାରିକ, ସୁଲଭ ଓ ପ୍ରଭାବଶାଳୀ କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି।’’
ହିଟାଚି ପେମେଂଟ୍ ସର୍ଭିସେସ୍ର ଏମଡି ଓ ସିିଇଓ ସୁମିଲ ଭିକମସେ କହିଛନ୍ତି ଯେ, “ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପଏଂଟ ୨.୦ ସହିତ ଆମେ ବ୍ରାଂଚ ବ୍ୟାଙ୍କିଙ୍ଗ୍ ପରିବେଶକୁ ବାର୍ତ୍ତାଳାପ ଭିତ୍ତିକ ଏଆଇ ଆଣୁଛୁ ଯାହା ଗ୍ରାହକମାନଙ୍କୁ ଅଧିକ ସହଜରେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ସକ୍ଷମ କରିବ। ଆକ୍ସିସ୍ ବ୍ୟାଙ୍କ ସହିତ ମିଶି ଆମର ଲକ୍ଷ୍ୟ ହେଉଛି ବୁଦ୍ଧିମତାପୂର୍ଣ୍ଣ ଓ ସୁଲଭ ବ୍ୟାଙ୍କିଙ୍ଗ୍ ସେବା କେନ୍ଦ୍ର ସୃଷ୍ଟି କରିବା, ଯାହା ଗ୍ରାହକଙ୍କ ନିକଟକୁ ଅଧିକ ସେବା ପଂହଚାଇବା ସହିତ ବ୍ୟାଙ୍କଗୁଡ଼ିକୁ ଅଧିକ ଯୋଡ଼ିହୋଇ ରହିବା ଭଳି ଅନୁଭୂତି ପ୍ରଦାନ କରିବାରେ ସକ୍ଷମ କରିବ।’’
ହିଟାଚି ପେମେଂଟ୍ ସର୍ଭିସେସ୍ର ସିଇଓ (ଡିଜିଟାଲ୍ ବିଜନେସ୍) ଅନୁଜ ଖୋସଲା କହିଛନ୍ତି ଯେ, “ଏଆଇ ସାଉଣ୍ଡବକ୍ସ ସହିତ ଆମେ ବ୍ୟବସାୟୀଙ୍କ ପେମେଂଟକୁ କେବଳ କାରବାର ମଧ୍ୟରେ ସୀମିତ ନରଖି ସାଉଣ୍ଡବକ୍ସକୁ ବ୍ୟବସାୟୀଙ୍କ କାଉଂଟରରେ ଏକ ବୁଦ୍ଧିମାନ ସହାୟକ ଡିଭାଇସରେ ପରିଣତ କରୁଛୁ। ଆକ୍ସିସ୍ ବ୍ୟାଙ୍କ ସହିତ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏଆଇକୁ ବ୍ୟବହାରିକ ଓ ଉଦ୍ଦେଶ୍ୟମୂଳକ କରିବା ଯାହା ଦ୍ୱାରା ବ୍ୟବସାୟୀମାନେ ପ୍ରଯୁକ୍ତିବିଦ୍ୟା ପରିଚାଳନାରେ କମ୍ ସମୟ ବିତାଇ ଗ୍ରାହକଙ୍କ ସେବା କରିବା ଓ ନିଜ ବ୍ୟବସାୟ ବଢ଼ାଇବାରେ ଅଧିକ ସମୟ ଦେଇପାରିବେ।’’

