ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ସହ ୟୁଏଇ-ଶାରଜାହ୍‌ର ବିଇଇଏଏଚ୍ ଗ୍ରୁପ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ୟୁଏଇର ଶାରଜାହ ସ୍ଥିତ ବିଇଇଏଏଚ୍ ଗ୍ରୁପ୍ (ବିଜି) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ବିଦ୍ୟୁତ ଯାନ ବ୍ୟବହାରର ପ୍ରସାର କରିବା ଏବଂ ଜିସିସି ତଥା ଆଫ୍ରିକୀୟ ଦେଶଗୁଡ଼ିକରେ ପରିବେଶଗତ ଉନ୍ନତି ପ୍ରତି ଯୋଗଦାନ ପ୍ରଦାନ କରିବା ।
ଦୁବାଇରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରରେ ବିଜିର ଉପାଧ୍ୟକ୍ଷ ତଥା ଗ୍ରୁପ୍ ସିଇଓ ଶ୍ରୀ ଖାଲିଦ ଅଲ୍ ହୁରାଇମଲ୍ ଏବଂ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିିଲିଟିର ସିଏମ୍‌ଡି ଶ୍ରୀ ସଂଜୟ ଗୁପ୍ତେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣା ଅନୁସାରେ ୟୁଏଇରେ ଉଭୟ ଛୋଟ ଓ ବଡ଼ ବ୍ୟାଟେରି ଚାଳିତ ଟ୍ରକ, ଦୁଇଚକିଆ, ତିନି ଚକିଆ ଯାନ ଉତ୍ପାଦନର ସମ୍ଭାବନାକୁ ଜାଣିବା ଲାଗି ଉଭୟ ସଂସ୍ଥା ମିଶି ବୈଷୟିକ ଓ ବାଣିଜ୍ୟିକ ସର୍ବେକ୍ଷଣ କରିବେ । ବିଜି ପକ୍ଷରୁ ୱାର୍ଡୱିଜାର୍ଡକୁ ପ୍ରଯୁକ୍ତି ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରାଯିବ ଯାହାଦ୍ୱାରା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ହୋଇପାରିବ । ଏହି ଅଂଚଳରେ ବିକ୍ରି ବଢ଼ାଇବା ଲାଗି ଏହା ଜିସିସି ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଏହାର ନେଟ୍‌ୱର୍କ ବିସ୍ତାର କରିପାରିବ ।
ୱାର୍ଡୱିଜାର୍ଡ ଇନୋଭେସନ୍ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟତୀନ ସଞ୍ଜୟ ଗୁପ୍ତେ କହିଛନ୍ତି ଯେ, “ଭାରତରେ ଏକ ଦାୟିତ୍ୱବାନ ସଂସ୍ଥା ଏବଂ ଇଲେକ୍ଟ୍ରିକ୍ ଯାନର ଏକ ପ୍ରମୁଖ ପ୍ରମୋଟର ଭାବରେ ବିଶ୍ୱବ୍ୟାପୀ ଇଲେକ୍ଟ୍ରିକ୍ ଯାନଗୁଡିକର ସମ୍ପ୍ରସାରଣ କରିବା ଏବଂ ଉପଲବ୍ଧ କରାଇବା ଆମର ଲକ୍ଷ୍ୟ । ଜିସିସି ଦେଶ ଏବଂ ଆଫ୍ରିକୀୟ ଦେଶମାନଙ୍କରେ ଉନ୍ନତ ଉତ୍ପାଦ ଏବଂ ଇଲେକ୍ଟ୍ରିକ୍ ଦୁଇ ଏବଂ ତିନି ଚକିଆ ଯାନର ଏକ ନୂତନ ସମ୍ଭାର ସହିତ ଇଭି ପରିଦୃଶ୍ୟକୁ ପରବର୍ତନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହି ଭାଗିଦାରୀ ଉଭୟ ଭାରତ ଏବଂ ବିଶ୍ୱ ବଜାର ପାଇଁ ଉନ୍ନତ ଜ୍ଞାନକୌଶଳର ବିକାଶ ଏବଂ ଇଲେକ୍ଟ୍ରିକ୍ ଯାନର ଉନ୍ନତି ଉପରେ ଗୁରୁତ୍ୱାରୋପ କରୁଛି । ଏହାବ୍ୟତୀତ, ଏହା ଆମକୁ ଉନ୍ନତ ପରିବେଶ ଅଭ୍ୟାସ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ସହ ନିଟ୍‌-ଶୂନ୍ୟ ନିର୍ଗମନର ସାମଗ୍ରିକ ଲକ୍ଷ୍ୟରେ ଯୋଗଦାନ ପ୍ରଦାନ କରିବ କରିବ ବିଇଏଏଚ୍ ଗ୍ରୁପ୍ ସହ ଆମର ସଫଳ ଯାତ୍ରାକୁ ନେଇ ଆମେ ଦୃଢ଼ ନିଶ୍ଚିତ ।’’
ବିଇଇଏଏଚ୍ ଗ୍ରୁପର ଉପାଧ୍ୟକ୍ଷ ତଥା ଗ୍ରୁପ୍ ସିଇଓ ଖାଲିଦ ଅଲ୍ ହୁରାଇମାଲ କହିଛନ୍ତି ଯେ, “ଭାରତରେ ଇଭିର ଅନ୍ୟତମ ବୃହତମ ପ୍ରମୋଟର ୱାର୍ଡୱିଜାର୍ଡ ସହ ଆମର ଭାଗିଦାରୀ ଘୋଷଣା କରି ଆମେ ଆନନ୍ଦିତ । ଆମର ଜ୍ଞାନକୌଶଳ ସହିତ ସେମାନଙ୍କର ଉତ୍ପାଦନ କ୍ଷମତା ନିଶ୍ଚିତ ଭାବରେ ଆମକୁ ନୂତନ ମାଇଲଖୁଂଟ ହାସଲ କରିବା ଏବଂ ଉନ୍ନତ ଉତ୍ପାଦକୁ ବିଶ୍ୱକୁ ଆଣିବାରେ ସାହାଯ୍ୟ କରିବ । ଏହି ୠୁରୁତ୍ୱପୂର୍ଣ୍ଣ ଭାଗିଦାରୀ ମାଧ୍ୟମରେ ଆମେ କେବଳ ଉତ୍ପାଦନ ଉପରେ ଧ୍ୟାନ ଦେବୁ ନାହିଁ ବରଂ ପରିବେଶକୁ ଉନ୍ନତ ଏବଂ ଅଧିକ ସ୍ଥାୟୀ କରିବା ପାଇଁ ଅଧିକ ଉଦ୍ଭାବନ ଆଣିବୁ ।”

Share

Leave a Reply

Your email address will not be published. Required fields are marked *

sixteen + 5 =