ଲିଙ୍ଗରାଜ ଦର୍ଶନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର()  ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ । ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଛି । ଏହା ପରେ ମନ୍ଦିରର ପୂଜାରୀମାନେ ଶାହାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଛନ୍ତି। ସେଠାରେ ଅମିତ ଶାହା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତିି । ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂ ପଟେଲ ଉପସ୍ଥିତ ଅଛନ୍ତି । ଏହା ସହ ସେଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଅଛନ୍ତି ।

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି  ବିମୋହିତ ହୋଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ।ଏହା ପରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଦେଖି  ଶାହା ପ୍ରଶଂସା କରିଥିଲେ ।

ଶୁକ୍ରବାର ମେ’ ଫେୟାର ହୋଟେଲରେ ଦଳୀୟ ବୈଠକରେ ଯୋଗଦେବା ପରେ ଶାହ ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲେ । ସେଠାରେ ରାତ୍ରିଯାପନ କରିବା ସହ ଆଜି ମନ୍ଦିର ବୁଲିଛନ୍ତି । ଦର୍ଶନ ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ ।ଏହା ସହ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ର ଶୁଭ ଉଦ୍‌ଘାଟନ କରିବା ପରେ ଦିଲ୍ଲୀ ଫେରିବେ ଗୃହମନ୍ତ୍ରୀ ଅମିତ ଶାହ ।

Share

Leave a Reply

Your email address will not be published. Required fields are marked *

twenty − 2 =