Friday, October 30, 2026
Latestରାଜନୀତି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ପୁରୀ() ବିଜେଡି ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। ତେବେ ସରକାରୀ ବାସଭବନ ଅଣାଯାଇଛି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ଅପରାହ୍ମରେ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମହାରଥୀ ବିଜେଡିର ଜଣେ ଦୃଢ ସମର୍ଥକ ଥିଲେ । ଦୃଢ ସଙ୍ଗଠକ ଭାବେ ସେ ବେଶ ଜଣାଶୁଣା ଥିଲେ । ଫଳରେ ପିପିଲରୁ ୭ଥର ନିର୍ବାଚନ ଲଢି ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେଡି ଜଣେ ନିଷ୍ଠାବାନ ଓ ଭେଟେରାନ ନେତାଙ୍କୁ ହରାଇଲା । ବିଜୁ ବାବୁଙ୍କ ଦୀର୍ଘ ଦିନର ସହଯୋଗୀ ଥିଲେ ମହାରଥୀ ।’ ଏହାସହ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରଦୀପ ମହାରଥୀଙ୍କର କୌଣସି ପ୍ରକାରର ଭୟ ନ ଥିଲା। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ତାଙ୍କ ବିୟୋଗ ଦଳ ପାଇଁ ବଡ଼ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ସେ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଦୀପ ମହାରଥୀଙ୍କ କାମକୁ ସେ ବହୁବାର ବିଧାନସଭାରେ ପ୍ରଶଂସା କରିଛନ୍ତି। ସେଦୁହେଁ ମିଶି ବହୁ ଲୋକହିତକର କାର୍ଯ୍ୟ କରିଛନ୍ତି ବୋଲି ସୁରେଶ କୁମାର ରାଉତରାୟ କହିଛନ୍ତି। ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରମିଳା ମଲ୍ଲିକ । କହିଲେ, ବିଧାୟକଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ଆମ ବିଜେଡି ପରିବାର ଜଣେ ମୁରବୀଙ୍କୁ ହରାଇଲା । ତାଙ୍କ ସ୍ଥାନ କେହି ପୂରା କରିପାରିବେ ନାହିଁ ।

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ଠିକ୍ ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ। ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ବି ଗଭୀର ଶୋକ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

eleven + one =