ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ ପୋଲିସ ଅଧିକାରୀ

ଭୁବନେଶ୍ୱର: ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ୨ ମାସ ଧରି ମାନସିକ ନିର୍ଯାତନା ପରେ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକ । ଗୁରୁତର ସିପାହୀ ନିହାର ରଞ୍ଜନ ନାୟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କମିଶନରେଟ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ ସୁନିତା ଲେଙ୍କା ।

ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ନିହାର ରଞ୍ଜନ ନାୟକ ଓଏସଏପି (OSAP) ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟରତ ଅଟନ୍ତି । ତେବେ ସିପାହୀ ଜଣଙ୍କ ଯେହେତୁ ଟେଲରିଂ ଦାୟିତ୍ୱରେ ଅଛନ୍ତି ତାଙ୍କ ଅଧୀନରେ ପୋଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ବାବଦରେ ଶିକ୍ଷା ଲାଭ କରିବାକୁ ଆସନ୍ତି । ଉକ୍ତ ମହିଳାମାନଙ୍କୁ ଡିସିପିଙ୍କ ପାଖକୁ ନ ଯୋଗାଇଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବାର ଧମକ ଦିଅନ୍ତି କମାଣ୍ଡାଂଟ ଡିସିପି ବିଜୟ କୁମାର । ଦୁଇ ମାସ ଧରି ମାନସିକ ନିର୍ଯାତନା ଦେବା ପରେ ସିପାହୀ ଜଣଙ୍କ ଗତ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସୁନୀତା ଲେଙ୍କା । ନିହାର ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାରେ ଆର୍ମଡ୍ ଡିସିପିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର | ଘଟଣାର ତଦନ୍ତ କରିବେ ଅତିରିକ୍ତ ସିପି ରେଖା ଲୋହାନୀ |

Share

Leave a Reply

Your email address will not be published. Required fields are marked *

fifteen + two =