ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ() ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ୨ଟି ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କଟକ, ଭୁବନେଶ୍ୱର ଓ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହୋଇଥିଲା । ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପ୍ଲାଜମା ଚିକିତ୍ସା ଦ୍ୱାରା ୬୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସୁସ୍ଥ ରହିଛି ।

କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ । କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ । କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ । ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ । ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ଜୀବନ ବଞ୍ଚାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 5 =