ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ସ୍କୁଲ । ତେବେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପର୍ଯ୍ୟାୟକ୍ରମେ ସ୍କୁଲ ଯାଇଥିବା ବେଳେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଆଜି ସ୍କୁଲ ଯାଇଛନ୍ତି । ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି ମାଡ଼ିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଆଜି ଶିକ୍ଷାଦାନ ଆରମ୍ଭ ହୋଇଛି । ସକାଳ ୯ଟା ୩୦ରୁ ଦିନ ୧ଟା ପର୍ୟ୍ୟନ୍ତ ପାଠପଢା ଚାଲିବାକୁ ଥିବାବେଳେ ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ଜାରି ରହିଛି ଜ୍ଝ

ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ। ସେହିପରି ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢା ମଧ୍ୟ ଆରମ୍ଭ ହେବ।

ୟୁଜିର ଦ୍ଵିତୀୟ ଓ ତୃତୀୟ ବର୍ଷ ପାଠ ପଢ଼ା ଚାଲିଥିଲା, ୟୁଜି ପ୍ରଥମ ବର୍ଷ ପାଠପଢ଼ା ନଭେମ୍ବର ଏକ ତାରିଖରୁ ଆରମ୍ଭ ହୋଇଛି। ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବା ବେଳେ ଆଜିଠାରୁ ପ୍ରଥମ ବର୍ଷ ଖୋଲିବାକୁ ଯାଉଛି। ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କରୋନା ନିୟମାବଳୀ ଆଧାରରେ ପାଠପଢା ହେବ।

Share

Leave a Reply

Your email address will not be published. Required fields are marked *

fifteen − nine =