ଆଜିଠୁ ୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ଏନେଇ ସୂଚନା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦିପ୍ତ ମହାପାତ୍ର । ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଏହି ସର୍ଭେ କରାଯିବ । ପ୍ରତ୍ୟେକ ଜିଲ୍ଲାରୁ ଶହେଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯିବ । ଏଥିସହିତ ୧୨ ଜିଲ୍ଲାରୁ ମୋଟ ୬୬୮୦ ନମୁନା ସଂଗ୍ରହ କରାଯିବ ବୋଲି ସ୍ୱସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଏହି ସର୍ଭେ ଆସନ୍ତା ସେପ୍ଟେମ୍ବର ୧୫ ପର୍ୟ୍ୟନ୍ତ ଚାଲିବ । ସର୍ଭେ ପାଇଁ ଆଇସିଏମଆର ପକ୍ଷରୁ ଟିମ କରାଯାଇଛି । ଏହି ଟିମକୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ନୋଡ଼ାଲ ଅଫିସର ସହଯୋଗ କରିବେ । ଏହି ସର୍ଭେ ଅଧିକ ପ୍ରଭବଶାଳି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + seven =