୧୦ରୁ ପ୍ରବଳ ବର୍ଷିପାରେ…

ଭୁବନେଶ୍ୱର: ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ଏହାର ପ୍ରଭାବରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ୧୦ରୁ ୧୪ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । କେନ୍ଦ୍ର ଭୂବିଜ୍ଞାନ ସଚିବ କହିଛନ୍ତି, ମୌସୁମୀରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଆଶଙ୍କା ରହିଛି । ସେପଟେ ଆକ୍ୟୁ ୱେଦର ବୈଜ୍ଞାନିକ ଆକଳନ କରିଛନ୍ତି, ବଙ୍ଗୋପସାଗରରେ ଲଘୁଚାପ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇପାରେ । ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳ ବର୍ଷିବ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ହେବାରେ ଲାଗିଛି। ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ତେବେ ଆସନ୍ତା ୧୦ ତାରିଖ ଆଡ଼କୁ ଓଡ଼ିଶାରେ ମଧ୍ୟ ସକ୍ରିୟ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

15 − 8 =