ଶୁଭଶ୍ରୀ ହତ୍ୟା ମାମଲା:ଶେଷ କଲ୍ ୨୭ ସେକେଣ୍ଡ

ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ରୋଚକ ତଥ୍ୟ । ଖାରବେଳ ଥାନା ପୋଲିସ ହାତରେ ଲାଗିଲା ବଡ ସୁରାକ । ଅଟକ ଥିବା ଯୁବକଙ୍କୁ ହତ୍ୟା ଦିନ ଫୋନ କରିଥିଲେ ଶୁଭଶ୍ରୀ । ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ଯୁବକଙ୍କୁ ବାରମ୍ବାର କଲ୍ ଯାଇଥିଲା ।ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନରୁ ଯାଇଥିଲା ଶେଷ କଲ । ଶୁଭଶ୍ରୀଙ୍କ ଶେଷ କଲ ଅବଧି ଥିଲା ମାତ୍ର ୨୬ ସେକେଣ୍ଡ । ଶେଷ କଲ୍ ପୂର୍ବରୁ ସେଦିନ ୭ ରୁ ଅଧିକ ଥର କଲ୍ କରିଥିଲେ ଶୁଭଶ୍ରୀ । ଅଟକ ରହଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ମଧ୍ୟ ଜଣା ପଡିଛି । କଣ ଥିଲା ସେହି ଶେଷ ୨୭ ସେକେଣ୍ଡ କଥାବାର୍ତ୍ତା , ଖୋଜୁଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

12 − ten =