ବଢିଲାଣି ଦଶହରା ଭିଡ

ଭୁବନେଶ୍ୱର– ଦଶହରା ଉସô୍ବ ପାଇଁ ସାରା ଓଡିଶା ଏବେ ଉସô୍ବମୁଖର ହୋଇଉଠିଛି । ଦଶହରା ଯେତିକି ପାଖେଇ ଆସୁଛି ସହର ବଜାରରେ ମା’ ଦୁର୍ଗାଙ୍କର ଆରାଧନାରେ ଗଗନ ବପନ ପ୍ରକମ୍ପିତ ହେବାରେ ଲାଗିଛି । କେବଳ ତିତଲି ପ୍ରଭାବିତ ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାକୁ ଛାଡିଦେଲେ ସବୁଠାରେ ଦୁର୍ଗାପୁଜାର ମାହୋଲ ଦେଖିବାକୁ ମିଳୁଛି । ଟୁଇନସିଟି କଟକ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ଅପରାହ୍ନରୁ ରାତିଯାଏଁ ଭକ୍ତ ମାନଙ୍କର ଭିଡ ଲାଗି ରହିଛି । ପୂଜାମଣ୍ଡପ ଗୁଡିକ ବିଭିନ୍ନ ସାଜସଜା ଓ ଆଲୋକ ମାଳାରେ ସୁସଜିତ ହୋଇ ଆଧ୍ୟତ୍ମିକ ପରିସ୍ତିତି ସୃଷ୍ଟି କରିଛି । ଦିନକୁ ଦିନ ସହରଗୁଡିକରେ ଯାତ୍ରୀମାନଙ୍କ ଭିଡ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥା ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସହରରେ ଏକତରଫା ରାସ୍ତାର ବ୍ୟବସ୍ଥା କରାଯାଇଛି । ଦଶହରା ଓ ଭଷାଣି ଉସô୍ବ ପାଇଁ ଅଧିକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

16 − five =