ସାଇକେଲ ରାଲିରେ ବିଜେଡି କର୍ମୀ

ଭୁବନେଶ୍ୱର: ଅହେତୁକ ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଯାହାର ପ୍ରତିବାଦ କରିବା ଲାଗି ନିଆରା ଢ଼ଙ୍ଗରେ ଉପସ୍ଥାପନା କରିଛି ବିଜେଡି । ପାର୍ଟି ଅଫିସରୁ ଏକ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି କର୍ମୀ । ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ କେନ୍ଦ୍ର ସରକାରଙ୍କ ଲାଗି ଏକ ସ୍ମାରକପତ୍ର ଦେବେ । ଆର୍ଥିକ ପରିଚାଳନାରେ ମୋଦୀ ସରକାର ଫେଲ ମାରିଥିବା ଦଳ କହିଛି । ତେବେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ରଣନୀତି ବାବଦରେ ଘୋଷଣା କରଥିଲା ବିଜେଡି । ଏହି କ୍ରମରେ ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବ । ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା । ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ଯୁବ ଓ ଛାତ୍ର ସଂଗଠନ ।

Share

Leave a Reply

Your email address will not be published. Required fields are marked *

twelve + sixteen =