ଅରବିନ୍ଦ ଢ଼ାଲିଙ୍କ ଦାବି ଓଡ଼ିଶାରେ ସିଏଏ ଲାଗୁ କରାଯାଉ

ଭୁବନେଶ୍ୱର: ଓଡ଼ିଶାରେ ସିଏଏ ଲାଗୁ କରିବାକୁୂ ଦାବି କରିଛନ୍ତି ବଙ୍ଗୀୟ ଶରଣାର୍ଥୀ ନେତା ଅରବିନ୍ଦ ଢ଼ାଲି । ସେ ନିଜ ଦାବିରେ କହିଛନ୍ତି କି ଏହି ଆଇନ ଲାଗୁ ହେଲେ ବିଭିନ୍ନ ଶରଣାର୍ଥୀ ସରକାରୀ ସହାୟତା ପାଇ ପାରିବେ । ଏଣୁ ଓଡ଼ିଶାରେ ଏହା ଲଙ୍କଜ୍ଞର ହେବା ଆବାଶ୍ୟକ ବୋଲି ଦାବି ରଖିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲା ଯଥା ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର ଜିଲ୍ଲାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶରଣାର୍ଥୀ ବସବାସ କରୁଛନ୍ତି । ନାଗରିକତ୍ଵ ଆଇନ କର‌୍ୟ୍ୟକାରୀ ନ ହେବା ଦ୍ବାରା ଏମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଭୂମିହୀନମାନେ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି । ଅନେକଙ୍କୁ ପାସପୋର୍ଟ ମିଳିପାରୁ ନାହିଁ ।

Share

Leave a Reply

Your email address will not be published. Required fields are marked *

three × 2 =