ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ

ଉଦଳା: ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ । ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଜୁଆଳିଆ ଗାଁରୁ ଆସିଛି ଏଭଳି ଖବର । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ ନିକଟସ୍ଥ ବିଲକୁ ଶୌଚ ନିମନ୍ତେ ଯାଉଥିଲେ । ଏହି ସମୟରେ ହଠାତ୍ ଏକ ଭାଲୁ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା ।

ଭାଲୁଟି ତାଙ୍କର ଜଙ୍ଘ ଏବଂ ବାମ ହାତକୁ ଗୁରୁତର ଭାବେ ଆକ୍ରମଣ କରିବା ସହିତ କାମୁଡି ଦେଇଥିଲା । ଏହା ସହିତ ଉପେନ୍ଦ୍ରଙ୍କୁ ମୁହଁକୁ କାମୁଡିବା ସହ ମୁହଁରୁ ମାଂସ ତାଡି ନେଇଛି ଭାଲୁ । ଆକ୍ରମଣରେ ଗୁରୁତର ହୋଇ ଉପେନ୍ଦ୍ର ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭାଲୁଟି ଲୋକଙ୍କୁ ଦେଖି ଚାଲିଯାଇଥିଲା ।

ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଉପେନ୍ଦ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

8 − three =