ଲାଇନଚ୍ୟୁତ ହେଲା କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି | ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନାହିଁ |

ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା | ଘଟଣାସ୍ଥଳକୁ ରିଲିଫ ଟ୍ରେନକୁ ପଠାଯାଇଥିବାବେଳେ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି |

ଡ଼ିଭିଜନାଲ ରେଲୱେ ମ୍ୟାନେଜର ଅନୁପ ଶତପଥୀ, ସୁଧୀର କୁମାର ଗୁପ୍ତା, ମନୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ କିଭଳି ଅନ୍ୟ ଟ୍ରେନରେ ଗନ୍ତବ୍ୟସ୍ଥଳକୁ ପଠାଇ ହେବ ସେନେଇ ବ୍ୟବସ୍ଥା କରୁଛନ୍ତି | ଉଲ୍ଲେଖ ଥାଉ କି ଏହି ପାସେଞ୍ଜର ଟ୍ରେନଟି ବିଶାଖାପାଟଣାରୁ ସକାଳ ୬ଟା ୪୫ରେ ବାହାରି କିରନ୍ଦୁଲରେ ରାତି ୮ଟା୪୫ରେ ପହଂଚିଥାଏ |

Share

Leave a Reply

Your email address will not be published. Required fields are marked *

one × three =