ଲଗାଣ ବର୍ଷାରେ ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ବୁଡ଼ିଯାଇଛି ଆନ୍ଧ୍ର ସୀମାବର୍ତ୍ତୀ କୁଇଗୁରୁ ପୋଲ । ମୋଟୁ ନିକଟରେ ଥିବା ଗୁଇଗୁରୁ ପୋଲ ଉପରେ ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅନ୍ୟପଟେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏବେ ଦକ୍ଷିଣ ଛତିଶଗଡ଼ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହିଛି ଅବପାତ । ସମୁଦ୍ର ଅଶାନ୍ତ ଥିବାରୁ ଉପକୂଳରେ ପବନର ବେଗ ୩୦ କିମି ରହିଛି । ଅବପାତ ପ୍ରଭାବରେ ବାୟୁମଣ୍ଡଳରେ ତାରତମ୍ୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳରେ ତାରତମ୍ୟ ଯୋଗୁଁ ପବନ ପ୍ରବାହିତ ହେଉଛି ।

ଆସନ୍ତାକାଲି ଯାଏଁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

2 + fifteen =