ରାଜ୍ୟସ୍ତରୀୟ ପରେଡ଼ ପାଇଁ ଗାନ୍ଧିମାର୍ଗରେ ଚାଲିଛି ରିହର୍ସଲ

ଆଉ ଦିନକ ପରେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଏଯାଏ ପ୍ରସ୍ତୁତି । ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଫୁଲଡ୍ରେସ ରିହର୍ସଲ । ପୋଲିସ ଡିଜିଙ୍କ ଉପସ୍ଥିତିରେ ଚାଲିଛି ପରେଡ୍‌। କୋଭିଡର ୨ ବର୍ଷ ପରେ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ହେଉଛି । ଚଳିତ ବର୍ଷ ପରେଡରେ ୫୦ କଣ୍ଟିଜେଣ୍ଟ ଭାଗ ନେବେ ।

ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କୁ ମିଶାଇ ୫୦ରୁ ଉର୍ଦ୍ଧ୍ୱ ଟ୍ରୁପ ଅଂଶଗ୍ରହଣ କରୁଛନ୍ତି । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯାଇଛି । ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ପଶୁ ନୃତ୍ୟ ପ୍ରଦର୍ଶନ କରାଯିବ ।

ଆଜି ଏସବୁର ଅଭ୍ୟାସ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଗାନ୍ଧୀ ମାର୍ଗ । ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୨ଶହ ବଛା ବଛା ଅଫିସର ନିୟୋଜିତ ହେବେ । ଚଳିତବର୍ଷ ପରେଡ କମାଣ୍ଡିଂ କରିବେ କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ । ରାଜ୍ୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ପାଇଁ ଚଳିତବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୋଲିସ୍‌ର ଗୋଟିଏ ଟ୍ରୁପ୍‌ ସାମିଲ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × four =