ମୋ ବସ୍ ରେ ସୁନାଗହଣା ଲୁଟ୍

ସୋମବାର ପୁଣି ମୋ ବସରେ ଲୁଟର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ନାଗରିକ । ତାଙ୍କଠାରୁ ୧୩ ଗ୍ରାମର ସୁନା ହାର ନେଇଯାଇଛନ୍ତି ଲୁଟେରା । ଲୁଟର ଶିକାର ହୋଇଛନ୍ତି ବାଳକାଟି ବୁଧିପଡ଼ା ଗ୍ରାମର ପ୍ରତିମା ପତି । ନାତି ବ୍ରତୋପନୟନରେ ଯୋଗଦେବାକୁ ପ୍ରତିମା ଓ ସ୍ୱାମୀ ହରିହର ଦୁହେଁ ଭୁବନେଶ୍ୱର ଯାଇଥିଲେ । ଅପରାହ୍ଣ ପ୍ରାୟ ୪ଟାରେ ଉଭୟ ରାଜମହଲ ଛକରୁ ୩୪ ନମ୍ବର ମୋ ବସରେ ସାଇ ହସ୍ପିଟାଲ ପର୍ଯ୍ୟନ୍ତ ଆସିଥିଲେ । ତେବେ କଳ୍ପନା ଛକ ନିକଟରେ କିଛି ମହିଳା ଉକ୍ତ ବସରେ ଚଢ଼ିଥିଲେ । ଭିଡ଼ର ସୁଯୋଗ ନେଇ ପ୍ରତିମାଙ୍କ ଭ୍ୟାନିଟିରୁ କେହି ଏକ ସୁନା ହାର ଓ ଟଙ୍କା ଚୋରି କରିନେଇଥିବା ସେ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ । ମାତ୍ର ଚୋରି ହୋଇଥିବା ସ୍ଥାନ ଉକ୍ତ ଫାଣ୍ଡି ଅଧିନରେ ଆସୁନଥିବାରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାକୁ ଫାଣ୍ଡି ଅଧିକାରୀ କହିଥିଲେ ।  

Share

Leave a Reply

Your email address will not be published. Required fields are marked *

fourteen − twelve =