ମହାମାରୀକୁ ଡରି ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: ଘାରିଲା ମହାମାରୀର ଭୟ । କର୍ନାଟକର ମାଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବାର ଜଣାପଡିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ପୁଲିସକୁ ଫୋନ କରି ଜୀବନ ହାରିଦେଲେ ଦମ୍ପତି । ପୋଲିସକୁ ସୂଚନା ଦେଇ କହିଛନ୍ତି ମୋ ସ୍ତ୍ରୀ ମଧୁମେହ ରୋଗରେ ପୀଡିତ ଅଛନ୍ତି । କରୋନାରେ ସଂକ୍ରମିତ ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବେ ଓ ଏହାଦ୍ୱାରା ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯିବ । ଏଥିପାଇଁ ବହମୂଲ୍ୟ ଜୀବନ ଦେବାକୁ ପଡିବ ତେଣୁ ଆମେ ଆତ୍ମହତ୍ୟା କରୁଛୁ ।

ପିଟିଆଇର ସୂଚନା ମୁତାବକ, ତୁରନ୍ତ ଏହା ଜାଣିବା ପରେ ଦମ୍ପତିଙ୍କୁ ପୁଲିସ କମିଶନର ପ୍ରତିକ୍ରିୟା ଦେଇଥିଲେ। ଆବେଗରେ ଆସି ଏଭଳି କୌଣସି ଭୁଲ୍ ପଦେକ୍ଷପ ନ ନେବା ପାଇଁ ପୁଲିସ ପରାମର୍ଶ ଦେଇଥିଲେ। କିନ୍ତୁ ପୁଲିସ ଯେତେବେଳେ ତାଙ୍କ ଆପର୍ଟମେଣ୍ଟରେ ପହଞ୍ଚିଥିଲା ସେତେବେଳେ ସବୁକିଛି ଶେଷ ହୋଇସାରିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା।ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତି ଗରିବଙ୍କ ମଧ୍ୟରେ ବାଣ୍ଟିଦେବାକୁ ଅନୁରୋଧ କରିଛନ୍ତି। ପୁଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share

Leave a Reply

Your email address will not be published. Required fields are marked *

five + 14 =