ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ

ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ଏଣୁ  ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ,  ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବାକୁ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ। ଏଥିପାଇଁ ଗୁଳି ଖାଇବାକୁ ପଡ଼ିଲେ ବି ପ୍ରସ୍ତୁତ ହେବା।

ସୂଚନାଯୋଗ୍ୟ, ଗତକାଲି ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାମାନଙ୍କର ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକ ହୋଇଥିଲା। ଏଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତ ଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା କୁହାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା।
ଉଲ୍ଲେଖ ଥାଉ କି ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ତୃତୀୟ ଦିନରେ ପହଂଚିଛି। ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ଯାଏ, ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି। ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆଉ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଥିବାବେଳେ କିଛି ସ୍ଥାନରେ ପୁଲିସ-ଡ୍ରାଇଭର ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ତେଣେ ଆଜି ସମ୍ବଲପୁରରେ ଡ୍ରାଇଭର ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ସମ୍ବଲପୁର – ଦେବଗଡ଼ ରାସ୍ତାରେ ଜୟନ୍ତପୁର ଛକରେ ୫୦ରୁ ଅଧିକ ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ପୁଲିସ ଉଠାଇ ନେଇଛି।

Share

Leave a Reply

Your email address will not be published. Required fields are marked *

5 + six =