ଶ୍ରେଷ୍ଠ ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂକୁ ଉତ୍କର୍ଷ ପୁରସ୍କାର ପ୍ରଦାନ

ମାନ୍ୟବର ଜଳ ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଟିଏସ୍‌ଏମ୍‌ଏଲ୍‌କୁ ପୁରସ୍କାର ପ୍ରଦାନ
ୱାଟର ଡାଇଜେଷ୍ଟ୍ ୱାଟର ଆୱାର୍ଡସ୍ ୨୦୨୨-୨୩
ଭୁବନେଶ୍ୱର: ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ୱାଟର ଡାଇଜେଷ୍ଟ୍ ୱାଟର ଆୱାର୍ଡସ୍ -୨୦୨୨-୨୩ରେ ଶ୍ରେଷ୍ଠ ଦୀର୍ଘସ୍ଥାୟୀ ଜଳ ପରିଚାଳନା-ଘରୋଇ କ୍ଷେତ୍ର ବର୍ଗରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌) ସମ୍ମାନଜନକ ଉତ୍କର୍ଷ ପୁରସ୍କାର ହାସଲ କରିଛି ।
ଦୀର୍ଘସ୍ଥାୟୀ ଜଳ ପରିଚାଳନା ପାଇଁ ଟାଟା ଷ୍ଟିଲ୍ ମାଇନିଂର ଉନ୍ନତ ପ୍ରଯୁକ୍ତି ଓ ସମାଧାନ ବ୍ୟବସ୍ଥାକୁ ହୃଦୟଙ୍ଗମ କରି ଭାରତର ଅଗ୍ରଣୀ ଜଳ ପତ୍ରିକା ୱାଟର ଡାଇଜେଷ୍ଟ୍ ପକ୍ଷରୁ ୟୁନେସ୍କୋ ସହଭାଗିତାରେ ଜାତୀୟ ରାଜଧାନୀର ଏକ ହୋଟେଲ୍‌ରେ ଆୟୋଜିତ ବର୍ଣ୍ଣାଢ଼୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କଂପାନିକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ ମାନ୍ୟବର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟାଟା ଷ୍ଟିଲ୍ ମାଇନିଂକୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ ।
ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ସମ୍ମାନଜନକ ପୁରସ୍କାର ଜିତିବା ଆମ ପାଇଁ ବାସ୍ତବରେ ଏକ ଗର୍ବର ବିଷୟ । ଜଳ ସଂରକ୍ଷଣ ଓ ଜଳର ଉଚିତ ପରିଚାଳନା ଲାଗି ଆମର ରହିଥିବା ଅତୁଟ ପ୍ରତିବଦ୍ଧତା ଓ ଦୃଢ଼ତାକୁ ମାନ୍ୟତା ଦେଇଥିବାରୁ ଜୁରି ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’’
ପରିବେଶ ପ୍ରତି ଦାୟିତ୍ୱବାନ ଓ ଏକ ସଚେତନ କର୍ପୋରେଟ୍ ନାଗରିକ ଭାବେ ଟାଟା ଷ୍ଟିଲ୍ ମାଇନିଂ ଏହାର ଦୃଢ଼ ବର୍ଜ୍ୟ ଜଳ ପରିଚାଳନା ବ୍ୟବସ୍ଥା ସହ ଅଭିନବ ରଣନୀତି ଗ୍ରହଣ କରୁଛି ଏବଂ ଜଳର ଉଚିତ ବ୍ୟବହାର ପାଇଁ ଉଦ୍ୟମ ଜାରି ରଖିଛି ଓ ନିଜ କାର୍ଯ୍ୟ କ୍ଷେତ୍ର ଆଖପାଖରେ ଏନେଇ ସଚେତନତା ସୃଷ୍ଟି କରୁଛି ।
ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଟାଟା ଷ୍ଟିଲ୍ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ବିଭୁଦତ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 5 =