ଓଡ଼ିଶାର ୩,୭୦୦ରୁ ଅଧିକ ଅଫ୍‌ଲାଇନ୍ ରିଟେଲର୍ ଏବଂ ସ୍ଥାନୀୟ ଦୋକାନ ଏବେ ‘ଆମାଜନରେ ସ୍ଥାନୀୟ ଦୋକାନ’ର ଅଂଶ

ଏପ୍ରିଲ ୨୦୨୦ରେ ଆରମ୍ଭ ହୋଇଥିବା ‘ଆମାଜନରେ ସ୍ଥାନୀୟ ଦୋକାନ’ କାର୍ଯ୍ୟକ୍ରମ ସାରା ଦେଶରେ ବିକ୍ରେତାମାନଙ୍କୁ ଆଗକୁ ବଢ଼ିବା ଓ ସେମାନଙ୍କ ବ୍ୟବସାୟ ବଜାୟ ରଖିବାରେ ସହାୟକ ହେବା ସହ ଆଖପାଖ ଅଂଚଳର ଗ୍ରାହକମାନଙ୍କ ପାଖରେ ପହଂଚିବାରେ ସକ୍ଷମ କରିବ ୱେୟାରଲେସ୍‌, ହୋମ୍ ଆଣ୍ଡ୍ କିଚେନ୍‌, ସ୍ୱାସ୍ଥ୍ୟ ଏବଂ ପର୍ସନାଲ୍ କେୟାର, ଲନ୍ ଓ ବଗିଚା, ପୋଷାକ, ବାଦ୍ୟଯନ୍ତ୍ର, ଆସବାବପତ୍ର ଆଦି ବର୍ଗରେ ଭୁବନେଶ୍ୱରରେ ସ୍ଥାନୀୟ ଦୋନାକିମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ଗ୍ରଣୀୟତା ବେଶ ଉଲ୍ଲେଖନୀୟ ଗତିରେ ଆଗକୁ ବଢ଼ୁଛି ପାର୍ବଣ ଋତୁ ପରିପ୍ରେକ୍ଷୀରେ ଆମାଜନ୍ ଇଣ୍ଡିଆ “ଇ-କମର୍ସ ବ୍ୟବସାୟ ପାଇଁ ନୂଆ”କୁ ପ୍ରତ୍ସାହିତ କରିବା ପାଇଁ ୫୦% ରେଫରାଲ୍ ଫି ଛାଡ଼ ଘୋଷଣା କରିଛି ନୂତନ ବିକ୍ରେତାଙ୍କ ପାଇଁ ଆମାଜନ ଲାଇଭ୍ ପ୍ରଶିକ୍ଷଣ ମାଧ୍ୟମରେ ବିକ୍ରେତାଙ୍କୁ ସଚେତନ କରିବାକୁ ଆମାଜନ ଲକ୍ଷ୍ୟ ରଖିଥିବା ବେଳେ ଏହି ମାଗଣା ୱେବିନାରଗୁଡ଼ିକ ନୂତନ ବିକ୍ରେତାଙ୍କୁ ସେମାନଙ୍କର ସମସ୍ତ ସନ୍ଦେହ ଦୂର କରିବା ଏବଂ ବଜାରରେ ବିକ୍ରି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ ଭୁବନେଶ୍ୱର: ‘ଆମାଜନରେ ସ୍ଥାନୀୟ ଦୋକାନ’ କାର୍ଯ୍ୟକ୍ରମ ଜରିଆରେ ଉଲ୍ଲେଖନୀୟ ପରିବର୍ତନ ଆଣିବାରେ ଭୁବନେଶ୍ୱର ସବୁଠୁ ଆଗରେ ରହିଛି । ଭୁବନେଶ୍ୱରର ସ୍ଥାନୀୟ ଦୋକାନୀମାନେ ଓୟାରଲେସ୍ ଆକ୍‌ସେସରିଜ୍‌, ହୋମ୍ ଆଣ୍ଡ କିଚେନ, ସ୍ୱାସ୍ଥ୍ୟ ଓ ପର୍ସନାଲ୍ କେୟାର, ଲନ୍ ଓ ବଗିଚା, ପୋଷାକ, ବାଦ୍ୟଯନ୍ତ୍ର, ଆସବାବପତ୍ର ଆଦି ବିଭିନ୍ନ ବର୍ଗରେ ଏହାକୁ ଗ୍ରହଣ କରିଛନ୍ତି । ୨୦୨୦ରେ ଆରମ୍ଭ ହୋଇଥିବା ‘ଆମାଜନ୍ ରେ ସ୍ଥାନୀୟ ଦୋକାନ’ କାର୍ଯ୍ୟକ୍ରମ ଏକ ସମୃଦ୍ଧ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଥିରେ ୩୪୪ଟି ସହରରେ ୩,୦୦,୦୦୦ରୁ ଅଧିକ ଖୁଚୁରା ଷ୍ଟୋର ବ୍ୟବସାୟୀ ଏବଂ ଆଖପାଖ ଦୋକାନଗୁଡ଼ିକର ଏକ ବ୍ୟାପକ ନେଟୱାର୍କ ରହିଛି । ଏହି ଉଲ୍ଲେଖନୀୟ ଉପସ୍ଥିତି କେବଳ ପ୍ରମୁଖ ମେଟ୍ରୋ ସହର ନୁହେଁ ବରଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ବି ରହିଛି । ଏଥିରେ ଓଡ଼ିଶାର ୩୭୦୦ରୁ ଅଧିକ ଷ୍ଟୋର ରହିଥିବା ବେଳେ ଭୁବନେଶ୍ୱର, ଯାଜପୁର, ଭଦ୍ରକ, ପୁରୀ, ନବରଙ୍ଗପୁର ଓ ବୌଦ୍ଧ ଭଳି ପ୍ରମୁଖ ସହରରେ ଏହା ବ୍ୟାପକ ସଂଖ୍ୟାରେ ରହିଛି । ଏହି ଉତ୍ସର୍ଗୀକୃତ ବିକ୍ରେତାମାନେ ସ୍ୱାସ୍ଥ୍ୟ ଏବଂ ପର୍ସନାଲ୍ କେୟାର, ଲନ୍ ଏବଂ ବଗିଚା, ଗ୍ରୋସରି, ପୁସ୍ତକ, ୱେୟାରଲେସ୍ ଆସେସୋରିଜ୍‌, ବିସ୍‌, ଗୃହପାଳିତ ପଶୁ ଉତ୍ପାଦ ଏବଂ ଭିଡିଓ ଗେମ୍ ସମେତ ବିଭିନ୍ନ ବର୍ଗରେ ଉତ୍ପାଦର ବିସ୍ତୃତ ବର୍ଗମାଳା ସହିତ ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଛନ୍ତି । ସର୍ବାଧିକ ସଂଖ୍ୟକ ସ୍ଥାନୀୟ ଦୋକାନ ଥିବା ଓଡ଼ିଶାର ସହରଗୁଡ଼ିକ ୧. ଭୁବନେଶ୍ୱର ୨. ଯାଜପୁର ୩. ଭଦ୍ରକ ୪. ପୁରୀ ୫. ନବରଙ୍ଗପୁର ୬. ବୌଦ୍ଧ ସ୍ଥାନୀୟ ଦୋକାନରୁ ଓଡ଼ିଶାରେ ବିକ୍ରି ହେଉଥିବା ଶ୍ରେଷ୍ଠ ଉତ୍ପାଦ ବର୍ଗ ଓୟାରଲେସ୍ ଆସେସୋରିଜ୍‌ ହୋମ୍ ଆଣ୍ଡ୍ କିଚେନ୍‌ ସ୍ୱାସ୍ଥ୍ୟ ଓ ପର୍ସନାଲ୍ କେୟାର ଲନ୍ ଆଣ୍ଡ୍ ଗାର୍ଡେନ୍‌ ପୋଷାକ ବାଦ୍ୟଯନ୍ତ୍ର ଆସବାବପତ୍ର ଭାରତରେ ପର୍ବପର୍ବାଣୀ ଋତୁ ପାଖେଇ ଆସୁଥିବାରୁ ସ୍ଥାନୀୟ ଦୋକାନ ମାଲିକମାନଙ୍କ ପାଇଁ ଅନଲାଇନରେ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିବାର ବିରାଟ ସୁଯୋଗ ରହିଛି କାରଣ ଏହି ସମୟରେ ପାର୍ବଣ ଏବଂ ଆନୁଷଙ୍ଗିକ ଉତ୍ପାଦଗୁଡ଼ିକର ଚାହିଦା ବୃଦ୍ଧି ପାଇଥାଏ । ନିକଟରେ ଶେଷ ହୋଇଥିବା ପ୍ରାଇମ୍ ଡେ ୨୦୨୩ରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏସ୍‌ଏମବି)ରେ ଉତ୍ସାହଜନକ ବିକ୍ରି ଦେଖିବାକୁ ମିଳିଥିଲା । ଆମାଜନ ସହ ଯୋଡ଼ି ହୋଇଥିବା ଏସ୍‌ଏମ୍‌ବିଗୁଡ଼ିକ ପ୍ରତି ସେକେଣ୍ଡରେ ୨୦ଟି ବରାଦ ପାଇଥିଲେ ଏବଂ ୯୦,୦୦୦ରୁ ଅଧିକ ଏସ୍‌ଏମ୍‌ବି ବିକ୍ରେତା ଭାରତରେ ୧୯୦୦ରୁ ଅଧିକ ପିନ୍ କୋଡ୍ ରେ ପ୍ରାଇମ୍ ସଦସ୍ୟଙ୍କଠାରୁ ବରାଦ ପାଇଥିଲେ । ବର୍ଦ୍ଧିତ ଚାହିଦା, ଅଧିକ ବିକ୍ରି ଏବଂ ସ୍ୱତନ୍ତ୍ର ଅଫରର ଲାଭ ଉଠାଇ ଏମଏସଏମଇଗୁଡିକ ନୂତନ ଗ୍ରାହକଙ୍କ ନିକଟରେ ପହଂଚିି ସେମାନଙ୍କ ବିକ୍ରି ବୃଦ୍ଧି କରିପାରିବେ । ଆମାଜନ ଇଣ୍ଡିଆର ମୁଖ୍ୟ-ସ୍ଥାନୀୟ ଦୋକାନ ଅଭିଷେକ ଜୈନ କହିଛନ୍ତି ଯେ, ‘ଆମାଜନରେ ସ୍ଥାନୀୟ ଦୋକାନ\’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ଯେଉଁ ଉଲ୍ଲେଖନୀୟ ପରିବର୍ତନ ଘଟିଛି ତାହା ମୋତେ ଅନୁପ୍ରାଣିତ କରିଛି । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ସ୍ଥାନୀୟ ଦୋକାନୀମାନଙ୍କ ଉଦ୍ୟୋଗୀ ଭାବନାର ପ୍ରମାଣ, ଯେଉଁମାନେ ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି ଏବଂ ଅସାଧାରଣ ଅଭିବୃଦ୍ଧି ହାସଲ କରିପାରିଛନ୍ତି । ଆମାଜନର ଟୁଲ୍ ଏବଂ ସହଯୋଗରେ ପରିଚାଳିତ ଅଫଲାଇନରୁ ଅନଲାଇନ ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ଡିଜିଟାଲ ବାଣିଜ୍ୟର ଅସୀମ ସମ୍ଭାବନାର ପ୍ରମାଣ । ଇ-କମର୍ସର ଲାଭ ଅଫଲାଇନ୍ ରିଟେଲର୍ ଏବଂ ଆଖପାଖ ଦୋକାନମାନଙ୍କ ପାଖରେ ପହଂଚାଇ ଆମେ ଗର୍ବିତ ମନେ କରୁଛୁ । ଏହା ସ୍ଥାନୀୟ ବ୍ୟବସାୟର ଭାବକୁ ସୁରକ୍ଷିତ ରଖିବା ସହିତ ଦୂରଦୂରାନ୍ତ ଗ୍ରାହକଙ୍କ ନିକଟରେ ଆମକୁ ପହଂଚାଇପାରିଛି । ଏହି ବିପ୍ଳବରେ ଭୁବନେଶ୍ୱର ସବୁଠୁ ଆଗରେ ରହିଛି ଏବଂ ଡିଜିଟାଲ ଯୁଗରେ ବୈଷୟିକ ଜ୍ଞାନକୌଶଳ କିପରି ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସଶକ୍ତ କରୁଛି ତାହା ଦେଖି ଆମେ ବେଶ୍ ଉତ୍ସାହିତ ।’’ ଅଫଲାଇନ ରିଟେଲର ଏବଂ ସ୍ଥାନୀୟ ଦୋକାନଗୁଡ଼ିକ ଡିଜିଟାଲ ଉଦ୍ୟୋଗୀ ହେବା ପାଇଁ ପ୍ରଯୁକ୍ତିକୁ ଗ୍ରହଣ କରିଛନ୍ତି: ‘ଆମାଜନରେ ସ୍ଥାନୀୟ ଦୋକାନ’ କାର୍ଯ୍ୟକ୍ରମରେ ବିକ୍ରେତା ଭାବେ ପଞ୍ଜୀକୃତ ହୋଇଥିବା ଓଡ଼ିଶାର ୩୭୦୦ରୁ ଅଧିକ ଅଫଲାଇନ୍ ରିଟେଲର୍ ଓ ସ୍ଥାନୀୟ ଦୋକାନ ମଧ୍ୟରେ ରହିଛନ୍ତି ଓଡ଼ିଶାର ଖୋର୍ଦ୍ଧା ସହରରେ ଥିବା ପ୍ରସିଦ୍ଧ ହୋମ୍ ଡେକର୍ ଷ୍ଟୋର୍ “ସ୍ମାଇଲସେଲର”ର ଗର୍ବିତ ମାଲିକ ଦେବେନ୍ଦ୍ର ବେହେରା । ଏହି ପଦକ୍ଷେପ ଅଫଲାଇନ୍ ରିଟେଲର୍ ଏବଂ ସ୍ଥାନୀୟ ଦୋକାନଗୁଡ଼ିକ ପାଖରେ ଇ-କମର୍ସର ଲାଭ ପହଂଚାଇଥିବା ବେଳେ ଆମାଜନରେ ଦୃଢ଼ ଉପସ୍ଥିତି ସହ ସେମାନଙ୍କ ଗ୍ରାହକ ଆଗମନ ବଢ଼ାଉଛି, ଯାହା ଫଳରେ ସେମାନେ ଅଧିକ ସ୍ଥାନରେ ନିଜର ଉପସ୍ଥିତି ଜାହିର କରିପାରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାହକମାନେ ଏବେ ଘରେ ବସି ଭୁବନେଶ୍ୱର ଭିତରେ ଥିବା ବିଶ୍ୱସ୍ତ ଓ ପ୍ରିୟ ପାଖ ଦୋକାନରୁ ଉତ୍ପାଦ ଆଣିପାରୁଛନ୍ତି । ସ୍ଥାନୀୟ ଦୋକାନଗୁଡିକ ଡିଜିଟାଲ ଷ୍ଟୋରରେ ପରିଣତ ହୋଇଛି, ଏବଂ ବିକ୍ରେତାମାନେ ସେମାନଙ୍କର ବର୍ତମାନର ଡେଲିଭରି ବ୍ୟବସ୍ଥା ମାଧ୍ୟମରେ କିମ୍ବା କୋରିଅର ସେବା ସହିତ ସହଭାଗିତାରେ ଗ୍ରାହକମାନଙ୍କୁ ସେମାନଙ୍କ ନିକଟବର୍ତୀ ଅଚଂଳ ବାହାରେ ସେବା ପ୍ରଦାନର ସୁବିଧା ପାଇଛନ୍ତି । ଏହାବ୍ୟତୀତ, ସେମାନେ ଆମାଜନ ଦ୍ୱାରା ପ୍ରଦାନ କରାଯାଉଥିବା ଫୁଲଫିଲମେଂଟ୍ କାର୍ଯ୍ୟକ୍ରମ ଯଥା ଇଜି ସିପ୍ ଏବଂ ସେଲର୍ ଫ୍ଲେକ୍ସର ଲାଭ ଉଠାଇ ଭୁବନେଶ୍ୱର ଏବଂ ଭାରତର ବିଭିନ୍ନ ସ୍ଥାନରେ ସେମାନଙ୍କ ବ୍ୟବସାୟକୁ ଅଧିକ ବିସ୍ତାର କରିପାରିବେ । ଦେବେନ୍ଦ୍ର ବେହେରାଙ୍କ ପ୍ରେରଣାଦାୟୀ ଯାତ୍ରା ୨୦୨୦ ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ସେ ଜଣେ ଦକ୍ଷ ଇଟେଂରିୟର ଡିଜାଇନର ଭାବରେ ହୋମ୍ ଡେକୋର ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲେ । ନିଜେ ଜଣେ ଦକ୍ଷ ଇଟେଂରିୟର ଡିଜାଇନର ଭାବରେ, ସେ ତାଙ୍କ ଛୋଟ ସହରରେ ସାଜସଜ୍ଜା ଉତ୍ପାଦର ଅଭାବ ଥିବା ଜାଣିପାରିଥିଲେ । ଫଳରେ ସେ ନିଜର ଷ୍ଟୋର୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ । ଗ୍ରାହକଙ୍କ ପରାମର୍ଶକ୍ରମେ ଦେବେନ୍ଦ୍ର ଅନଲାଇନ ବିକ୍ରି ବ୍ୟବସ୍ଥାକୁ ଗ୍ରହଣ କରି କେବଳ ସ୍ଥାନୀୟ ଲୋକଙ୍କୁ ନୁହେଁ ବରଂ ନିକଟବର୍ତର୍ୀ ସହରରେ ରହୁଥିବା ଗ୍ରାହକମାନଙ୍କୁ ମଧ୍ୟ ସେବା ଯୋଗାଇ ଦେଉଥିଲେ, ଯେଉଁମାନଙ୍କ ପାଖରେ ସମାନ ଜିନିଷ କିଣିବା ପାଇଁ ବିକଳ୍ପ ନଥିଲା । ଡେଲିଭରିକୁ ଅପେକ୍ଷା ନକରି କିଭଳି ତାଙ୍କ ଗୋଷ୍ଠୀ ଇଟେଂରିୟର ଜିନିଷ ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ତାଙ୍କୁ ପ୍ରେରଣା ଦେଇଥିଲା । ଏହି ଅଭିଯାନକୁ ସୁଗମ କରିବା ପାଇଁ, ସେ ଆମାଜନ ଲୋକାଲ ସପ୍ ପ୍ରୋଗ୍ରାମ ସହ ଯୋଡ଼ିହୋଇଥିଲେ ଯାହା ତାଙ୍କୁ ବ୍ୟକ୍ତିଗତ ଭାବରେ ତାଙ୍କ ଉତ୍ସର୍ଗୀକୃତ ଡେଲିଭରି କର୍ମଚାରୀଙ୍କ ମାଧ୍ୟମରେ ଓଜନିଆ ଜିନିଷ ବିତରଣ କରିବାର ସୁବିଧା ପ୍ରଦାନ କରିଥିଲା । ଏଥି ସହିତ ସ୍ଥାନୀୟ ଦୋକାନଠାରୁ କଲ୍ ପାଇବା ପରେ ଗୋଟିଏ ଦିନରେ ଡେଲିଭରି ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଇଥିଲା । ଅଢ଼େଇ ବର୍ଷ ମଧ୍ୟରେ ଦେବେନ୍ଦ୍ର ତାଙ୍କ ବ୍ୟବସାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଦିନିକିଆ ଡେଲିଭରି ସୁବିଧା । ଏଥିରେ ମୁଖ୍ୟତଃ ଏଲଇଡି ଲାଇଟ୍ ଓ ଦର୍ପଣ, ଚେୟାର, ପରଦା, ସୋପିସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ବେଳେ ସେଥିରେ ବାର୍ଷିକ ୧୫୦୦ରୁ ଅଧିକ ବରାଦ ସାମିଲ ରହିଛି ।
Share

Leave a Reply

Your email address will not be published. Required fields are marked *

4 × 3 =