ସ୍ୱାଭାବିକ ହେଲା ବସ୍‌ ଚଳାଚଳ,ଯାତ୍ରୀ ଆଶ୍ୱସ୍ତ

 ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା ଫଳପଦ ହୋଇଥିବା ସୂଚନା ମିଳିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଛି। ଆଉ କେତେକ ସ୍ଥାନକୁ ବସ୍‌ ଚଳାଚଳ କରି ପାରି ନାହିଁ। ସେହି ସ୍ଥାନକୁ କିପରି ବସ୍‌ ଚଳାଚଳ କରିବ ଆମେ ପ୍ରସ୍ତୁତ ହେଉଛି।

ଗତକାଲି ଅପେକ୍ଷା ଆଜି କମିଛି ପନିପରିବା ଦର । ରିବହନ ଗାଡ଼ି ଚଳାଚଳ ସ୍ୱାଭାବିକ ହେବା ପରେ ଖସୁଛି ମୂଲ୍ୟ । ଭୁବନେଶ୍ୱର ୟୁନିଟ-୧ ମାର୍କେଟକୁ ପନିପରିବା ଟ୍ରକ ପହଞ୍ଚିବା ପରେ ଆଜି କମିଛି ଦର । ଗତକାଲି ଅପେକ୍ଷା ୨୦ରୁ ୩୦ ଟଙ୍କା କମିଛି ଦର । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ମାଲ ବୋଝେଇ ଗାଡ଼ି ପହଞ୍ଚି ପାରୁନଥିଲା ଯାହା ପାଇଁ ପନିପରିବା ଦର ବଢ଼ିଥିଲା । ସେପଟେ ଛତ୍ରବଜାରରେ ମଧ୍ୟ ପନିପରିବା ଦର କମିଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

17 − six =