Thursday, October 29, 2026
Latestଜାତୀୟ

ସମୁଦ୍ର ତଳୁ ମିଳିଲା ୧୭ଶହ କୋଟି ଡଲାରର ସୁନା

ସ୍ପେନ୍‌ର ପ୍ରସିଦ୍ଧ ସନ୍‌କେନ୍‌ ସାନ୍‌ ଜୋସ୍‌ ଗାଲିଅନ୍‌ର ଧ୍ବଂସାବଶେଷ ନିକଟରୁ ନିକଟ ଅତୀତରେ ଆବିଷ୍କୃତ ଦୁଇଟି ପୋତରେ ୧୭ ଶହ କୋଟି ଡଲାର୍‌ର ସୁନା ବୋଝେଇ ହୋଇଥିବା କଥା ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି। ୧୭୦୮ରେ ’୬୨-ଗନ୍‌ ସାନ୍‌ ଜୋସ୍‌କୁ ବ୍ରିଟିସ୍‌ ବୁଡ଼ାଇ ଦେଇଥିଲା।

୨୦୧୫ରେ ସନ୍ଧାନ ମିଳିଥିବା ଏହି ପୋତରେ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିବା ଜଣାପଡ଼ିଛି। ସ୍ପେନ୍‌ ସରକାର ମଧ୍ୟ ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜର ନୂଆ ଫୁଟେଜ୍‌ ରିଲିଜ୍‌ କରିଛନ୍ତି। ଉକ୍ତ ଭିଡିଓ ରି‌ମୋଟ୍‌ କଣ୍ଟ୍ରୋଲ୍‌ଡ୍‌ ଯାନଦ୍ବାରା କାରିବିୟନ୍‌ ତଟବର୍ତ୍ତୀ ସମୁଦ୍ର ଜଳରାଶିର ୩,୧୦୦ ଫୁଟ୍‌ ଗଭୀରରେ ଉତ୍ତୋଳନ କରାଯାଇଛି। ଦୁଇଟିଯାକ ପୋତ ୨୦୦ ବର୍ଷ ପୁରାତନ ବୋଲି ମନେହେଉଥିବା କଥା ‘ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

ନୀଳ ଓ ଶ୍ୟାମଳ ରଙ୍ଗର ଉକ୍ତ ଭିଡିଓ ଚିତ୍ରରେ ସ୍ବର୍ଣ୍ଣମୁଦ୍ରା, ପଟେରି ଏବଂ ଅଭଙ୍ଗା ପୋର୍ସିଲିନ୍‌ କପ୍‌ ସମୁଦ୍ର ଶଯ୍ୟାରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଉଛି ବୋଲି ‘ୱାସିଂଟନ୍‌ ପୋଷ୍ଟ୍‌’ରେ ରିପୋର୍ଟ କରାଯାଇଛି। ସମୁଦ୍ର ଭିତରେ ଶହ ଶହ ବର୍ଷ ବୁଡ଼ି ରହି ମଧ୍ୟ ଗୋଟିଏ ପୋତର ମଙ୍ଗ ଭଲ ଅଛି ବୋଲି ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି। ଅନେକ ପ୍ରକାରର ମାଟି ପାତ୍ର ଛଡ଼ା ସମୁଦ୍ର ଶଯ୍ୟାରେ କମାଣଟିଏ ପଡ଼ିଥିବା ଦେଖାଯାଉଛି। ଭବିଷ୍ୟତରେ ଏହାକୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଷ୍ଟ୍ରପତି ଇଭାନ୍‌ ଡ୍ୟୁକ୍ୟୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × two =