ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ପାଇଁ ଥିଲା ସ୍ବତନ୍ତ୍ର ସ୍ଥାନ: ନବୀନ

ଭୁବନେଶ୍ବର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା ।ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କର ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭା ତାଙ୍କୁ ସ୍ମରଣ କରୁଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା ।୨୩ ମାର୍ଚ୍ଚ ୧୯୨୧ରେ ସେ ଓଡ଼ିଶା ଆସିଥିବାର ସ୍ମୃତିଚାରଣ କରି ସେ ଖୁବ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପଦଯାତ୍ରା କରି ଓଡିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇପାରିଥିଲେ ଗାନ୍ଧୀଜୀ। ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ବ୍ୟତୀତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ମତ ରଖିଛନ୍ତି । ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ ।

ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ । ବ୍ୟକ୍ତିଗତ ଲୋଭରୁ ଦୂରେଇ ରହିବା ଏବଂ ସମ୍ପ୍ରଦାୟ ବିଷୟରେ ଭାବିବା ପାଇଁ ତାଙ୍କର ବାର୍ତ୍ତା ଏବେ ବି ଆବଶ୍ୟକ କରୁଛି । ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମାଙ୍କ ଅହିଂସା ଅସ୍ତ୍ର ଆଜି ବି ଜରୁରୀ ହୋଇପଡିଛି । ଅହିଂସା ପ୍ରତିରୋଧ ହେଉଛି ଏକ ସ୍ପାର୍କ ଯାହା ସାରା ବିଶ୍ୱରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଜ୍ୱଳିତ କରିଛି ବୋଲି ନବୀନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =