ରାଜ୍ୟ

ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଚିକିତ୍ସକ ତଥା ଶିକ୍ଷାବିତ୍ ଏବଂ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେରଙ୍କୁ ଚଳିତ ବର୍ଷର ସମ୍ମାନଜନକ ‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ (ଏପିଆଇ) ପକ୍ଷରୁ ମନୋନୀତ କରାଯାଇଛି ।

ଡାକ୍ତରୀ ଶିକ୍ଷା, କ୍ଲିନିକାଲ୍ ଶିକ୍ଷାଦାନ ଏବଂ ଭବିଷ୍ୟତର ଚିକିତ୍ସକ ଓ ବୃତିଗତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମାର୍ଗଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏପିଆଇ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଜେନେରାଲ ମେଡିସିନ୍ ବିଭାଗର ଡାକ୍ତର ଭାବେ ପ୍ରତିଷ୍ଠିତ ପ୍ରଫେସର (ଡାକ୍ତର) ମେହେର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଉପଦେଷ୍ଟା ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର (ଡାକ୍ତର) ମେହେରଙ୍କୁ ଏହି ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଗୁରୁବାର ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉପସ୍ଥିତ ଥିଲେ । ଏହି ସମ୍ମାନଜନକ ପୁରସ୍କାର ୨୦୨୭ ଫେବ୍ରୁଆରୀରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀରେ ପ୍ରଫେସର ମେହେରଙ୍କୁ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

fourteen − 9 =