୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ଼() ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ବରଗଡରେ କ୍ରସ ପେୟାରିଂ ଭୋଟିଂ ଘଟଣାରେ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ବରଗଡ ଜିଲ୍ଲା ୬ ଜଣ ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଫିସରଙ୍କୁ ନିଲମ୍ବନ କରିଛନ୍ତି । ବରଗଡ ଜିଲ୍ଲା ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୮ ବୁଥ୍, ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩୫ ନମ୍ବର ଓ ଡଭାର ୧୬ ନମ୍ବର ବୁଥରେ କ୍ରସ ପେୟାରିଂ ଯୋଗୁଁ ମତଦାନ ହୋଇ ପାରିନଥିବାବେଳେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି ।

ନିଲମ୍ବିତ ହୋଇଥିବା ୬ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୧୧୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ। ଏମାନଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କ ହେଲେ ୬୮ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ। ସେହିପରି ଦାୟିତ୍ୱରେ ଅବହେଳା କରିଥିବା ୨୩୫ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ବି ବରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − 3 =