କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା ବହୁତ କଷ୍ଟକର ହୋଇପଡ଼ୁଥିଲା। ଗତକାଲି ମଧ୍ୟ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ଗରମ ଅନୁଭୂତ ହେବା ସହ ଗୁଳୁଗୁଳି ମଧ୍ୟ ହେଉଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜିଠୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଏଥିସହିତ କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ମଧ୍ୟ ହୋଇପାରେ। ଏହାସହ କେତେକ ସ୍ଥାନରେ ୬୦ରୁ ୭୦କିମି ବେଗରେ ପବନ ବହିବ। ଏପରି ସ୍ଥିତି ଆସନ୍ତା ୨୨ତାରିଖ ପର୍ୟ୍ୟନ୍ତ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share

Leave a Reply

Your email address will not be published. Required fields are marked *

6 + 8 =