ରାଜ୍ୟରେ ସ୍ଥିତି ଭୟଙ୍କର: ଦିନକରେ ୧୦୦୩୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟାନକ ରୂପ ଧାରଣ କରିବାରେ ଲାଗିଛି ।ଗତ କାଲିର ସଂକ୍ରମଣ ସଂଖ୍ୟା ଅପେକ୍ଷା ଆଜି ଚିହ୍ନଟ ସଂକ୍ରମିତ ସଂଖ୍ୟା କମିଥିଲେ ମଧ୍ୟ ଏତେ ସଂଖ୍ୟକ ସଂକ୍ରମିତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୦୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୪୮୭୩ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୪୦୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ଜଣ, ଅନୁଗୁଳ ଜିଲ୍ଲାରୁ ୪୫୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୧୮୩ଜଣ, କଟକ ଜିଲ୍ଲାରୁ ୭୨୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧୮ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩୦ଜଣ, ବରଗଡ଼ ଜିଲ୍ଲାରୁ ୪୫୦ଜଣ,ଢେଙ୍କାନାଳ ଜିଲ୍ଲାରୁ ୨୪୪ଜଣ, ଗଜପତି ଜିଲ୍ଲାରୁ ୮୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଭଦ୍ରକ ଜିଲ୍ଲାରୁ ୨୪୮ଜଣ, ଯାଜପୁର ଜିଲ୍ଲାରୁ ୩୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୮ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପୁରୀ ଜିଲ୍ଲାରୁ ୭୦୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୨ଜଣ,କୋରାପୁଟ ଜିଲ୍ଲାରୁ ୧୪୨ଜଣ, ମାଲକାନଗିରି ଜିଲ୍ଲାରୁ ୬୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦୬ଜଣ, ନୟାଗଡ଼ ଜିଲ୍ଲାରୁ ୨୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୩୧୧ଜଣ,କନ୍ଧମାଳ ଜିଲ୍ଲାରୁ ୭୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୨ଜଣ, ସୋନପୁର ଜିଲ୍ଲାରୁ ୧୬୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୨୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୭୧ଜଣ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − six =