Friday, October 30, 2026
Latestରାଜନୀତି

ନୟାଗଡ଼ରେ ରକ୍ତମୁଖା ହେଲା ବିଜେପି : ଦେଖେଇଲା ଅସଲ ରୂପ

ନୟାଗଡ଼ () ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର କାଳିକା ପ୍ରସାଦ ଗ୍ରାମ ପଞ୍ଚାୟତର ଆଡଚେର ଗ୍ରାମରେ ରାଜନୈତିକ ହିଂସାରେ ଦୁଇ ଜଣ ବିଜେଡି କର୍ମୀଙ୍କ ସମେତ ଜଣେ ସ୍ଥାନୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଆଡଚେର ଗ୍ରାମର ରମେଶ ବିଶ୍ୱାଳ, କାଳିକା ପ୍ରସାଦ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ସୁଶାନ୍ତ ଭଟ ଏବଂ କାଳିକା ପ୍ରସାଦ ଗ୍ରାମ କମିଟି ସଭାପତି ବିରଞ୍ଚି ମହାନ୍ତି ଏକ ବିବାହ ଭୋଜି ଖାଇ ଦୁଇଟି ମୋଟର ସାଇକେଲରେ ଫେରୁଥିବା ସମୟରେ ଆଡଚେର ଗ୍ରାମ ନିକଟ ନଦୀ ପୋଲ ଠାରେ ବିଜେପିକୁ ସମର୍ଥନ କରୁଥିବା ୫ ରୁ ୬ ଜଣ ଦୁର୍ଦାନ୍ତ ଅପରାଧୀ କଟୁରି-ଭୁଜାଲି ଆଦି ମାରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ରମେଶ ବିଶ୍ୱାଳ ଏବଂ ବିରଞ୍ଚି ମହାନ୍ତିଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ହାରିବା ନିଶ୍ଚିତ ଜାଣିସାରିବା ପରେ ବିଜେପି ଆପଣେଇଛି ପାରମ୍ପରିକ ପ୍ରଥା । ଓଡ଼ଗାଁ ମଦନପୁର ଠାରେ ବିଜେପି ବିଧାୟକ ପ୍ରାର୍ଥୀନୀ ଦେଇଥିବା ଧମକ ସତରେ ପରିଣତ ହେଲା ।

Share

Leave a Reply

Your email address will not be published. Required fields are marked *

six − two =