ପାଟକୁରାରେ ହେବ ଉପନିର୍ବାଚନ, କାହିଁକି ଜାଣନ୍ତୁ …

ଭୁବନେଶ୍ୱର () ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ମୁଖ୍ୟ ନିର୍ବାଚନ କମିଶନ କି ନିଷ୍ପତି ନେବେ ତାଉପରେ ସମସ୍ତଙ୍କ ନଜର ରହିଛି । ଜନ ପ୍ରତିନିଧି ଆଇନ 1951 ଏବଂ ସମ୍ବିଧାନିକ ବିଧି ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଏହି ଆସନ ପାଇଁ ଉପନିର୍ବାଚନ ହେବା ଏକମାତ୍ର ବିକଳ୍ପ ।

ଯଦିଓ ଆଜି ବେଦ ପ୍ରକାଶଙ୍କ ମୃତ୍ୟୁ ହୋଇଛି ଏହି ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଏଯାଏଁ ନିର୍ବାଚନ ସ୍ଥଗିତ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । କାରଣ ତାଙ୍କୁ ବେଦୁଙ୍କ ପରିବାର ପକ୍ଷରୁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇନି । ମୃତ୍ୟୁ ପ୍ରମାଣପତ୍ର ମିଳିବା ପରେ ଆଇନର ବ୍ୟବସ୍ଥା ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ପରାମର୍ଶ ଆଧାରରେ ନିଷ୍ପତି ନେବେ ।

ସମ୍ବିଧାନ ବିଶେଷଜ୍ଞ ମାନେ କୁହନ୍ତି, ଜନ ପ୍ରତିନିଧି ଆଇନ କହୁଛି ଏଭଳି ସ୍ଥିତିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ  ନିର୍ବାଚନ ସ୍ଥଗିତ ହେବ । କିନ୍ତୁ କେତେ ଦିନ ମଧ୍ୟରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟରେ ନିର୍ବାଚନ ହୋଇପାରିବ କି ନାହିଁ ସେ ସମ୍ପର୍କରେ ଆଇନ ନିରବ । ତେଣୁ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟରେ ନିର୍ବାଚନ ହେବ କି ନାହିଁ ତାହା ନିର୍ବାଚନ କମିଶନଙ୍କ ନିଜସ୍ୱ ଅଧିକାରଭୁକ୍ତ ।

ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । କିନ୍ତୁ ସେ ମଧ୍ୟରେ ନିର୍ବାଚନ ପାଇଁ କେଉଁଠୁ ରାଜନୈତିକ ଚାପର ଯଦି କମିଶନ ବଶବର୍ତ୍ତୀ ହୋଇ ନିଷ୍ପତ୍ତି ନିଅନ୍ତି, ତେବେ  ସେ ନିଜେ ଚ୍ୟାଲେଞ୍ଜର ସାମ୍ନା କରିବେ  । ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେ ସୁପ୍ରିମକୋର୍ଟ ଓ ଆଇନ ବିଭାଗର ମତାମତ ନେବେ । କିନ୍ତୁ ସେଥିପାଇଁ କମିଶନଙ୍କ ପାଖରେ ଯଥେଷ୍ଟ ସମୟ ମଧ୍ୟ ନାହିଁ ।

ତେଣୁ ଜନ ପ୍ରତିନିଧି ଆଇନ ଅନୁଯାୟୀ ଏବେ ନିର୍ବାଚନ ସ୍ଥଗିତ ରହିଛି । ଏପ୍ରିଲ 19 ତାରିଖ ପୂର୍ବରୁ ଆଉ ନିର୍ବାଚନ ହେବାର ସମ୍ଭାବନା କମ୍ । ତେଣୁ ସାଧାରଣ ନିର୍ବାଚନ ପରେ ପାଟକୁରା ପାଇଁ ସାନି ନିର୍ବାଚନ ହେବ ବୋଲି ସମ୍ବିଧାନ ବିଶେଷଜ୍ଞ ମାନେ କୁହନ୍ତି । ତେବେ ସାନି ନିର୍ବାଚନରେ ବର୍ତ୍ତମାନର ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ ବଳବତ୍ତର ରହିବ । କେବଳ ବିଜେଡି ନୂଆ ପ୍ରାର୍ଥୀ ଦେବ ।

Share

Leave a Reply

Your email address will not be published. Required fields are marked *

14 − 7 =