ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ +୨ ପରୀକ୍ଷା ଫଳ

ଭୁବନେଶ୍ୱର()  ଚଳିତ ମାସରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି ।  ଟାବୁଲେସନ ଚାଲିଛି । ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five − four =