ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ସାମାଜିକ ସୁରକ୍ଷା, ସମ୍ମାନ ଏବଂ ଅଧିକାର ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଗତ ୧୫ତାରିଖରୁ ଅଖଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା। ରାଜ୍ୟବ୍ୟାପି ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇ ପଡ଼ଥିଲା। ଗୁରୁବାର ଡ୍ରାଇଭର ମହାସଂଘର ପ୍ରତିନିଧି ବୃନ୍ଦଙ୍କ ସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଲୋଚନା କରିଥିଲେ। ଆଲୋଚନାରେ ୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଜେନା ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଏହାସତ୍ତ୍ବେ ଡ୍ରାଇଭରମାନେ ଆନ୍ଦୋଳନରୁ ଉଠି ନ ଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ବରଗଡ଼ ପୋଲିସ ସ୍ଥାନୀୟ ହଳଦୀପାଲି ଛକରେ ବସିଥିବା ଡ୍ରାଇଭରଙ୍କୁ ଉଠାଇ ନେଇଥିଲା। ଏହାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

five + 2 =