ଡବଲ ରାସନ କାର୍ଡ ହିତାଧିକାରୀଙ୍କୁ ଡେଡ ଲାଇନ

ଭୁବନେଶ୍ବର() ଦୁଇଟି ରାସନ କାର୍ଡରେ ନାଁ ରଖି ପ୍ରତିମାସରେ ପିଡିଏସ ଚାଉଳ ଏବଂ ଗହମ ଉଠାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ।ଏପରି ହିତାଧିକାରୀଙ୍କର କାରବାର ଏଥର ବନ୍ଦ ହେବ ।ଜଣେ ବ୍ୟକ୍ତି ଦୁଇଟି ସ୍ଥାନରୁ ଦୁଇଟି ରାସନ କାର୍ଡ କରି ଯେଉଁ ସୁବିଧା ହାତଉଥିଲେ, ଏବେ ଆଧାର ଲିଙ୍କ୍ରେ ତାହା ଧରା ପଡିଗଲାଣି । ସେପ୍ଟେମ୍ବର ପହିଲା ପର୍ୟ୍ୟନ୍ତ ଅଛି ଡେଡ୍ ଲାଇନ । ଏନେଇ ଖାଉଟି କଲ୍ୟାଣ ଓ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ସୂଚନା ଦେଇଛନ୍ତି ।

ଆସନ୍ତା ସେପଟେମ୍ବରରୁ ଦୁଇଟି ସ୍ଥାନରେ ନାଁ ଥିବା ହିତାଧିକାରୀଙ୍କୁ ଆଉ ରାସନ ମିଳିବ ନାହିଁ ।କିନ୍ତୁ ଯେଉଁ ମାନେ ରାସନ କାର୍ଡ ସହ ଆଧାର ଲିଙ୍କ କରି ନାହାନ୍ତି ସେମାନେ ଲିଙ୍କ୍ ପରେ ରାସନ ଉଠାଇବେ ।ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ବେଳେ ଦଳୀୟ ଭିତିରେ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ ହାତେଇଥିବାରୁ ବିବାଦ ମୁଣ୍ଡ ଟେକିଥିଲା ।

ଚଳିତମାସ ଶେଷ ସୁଦ୍ଧା ରାସନକାର୍ଡ ସହ ଆଧାର ଲିଙ୍କ ହୋଇନଥିବା ୩୪ ଲକ୍ଷ ୫୨ ହଜାର ହିତାଧିକାରୀଙ୍କୁ ଯୋଡ଼ିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି। ଯୋଗାଣ ବିଭାଗ ପଞ୍ଚାୟତ ଓ ବ୍ଲକ ସ୍ତରରେ ଏଥିପାଇଁ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

20 − 12 =